ବିହାର ପୁଲିସଙ୍କୁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ମନା କଲେ ଡାକ୍ତର !

ମୁମ୍ୱାଇ,:-ସୁଶାନ୍ତ ସିଂହ ରାଜପୁତଙ୍କ ନିଧନଙ୍କୁ ଦେଢ଼ ମାସରୁ ଅଧିକା ହୋଇସାରିଛି। ମୁମ୍ୱାଇ ପୁଲିସ୍‌ ପରେ ବିହାର ପୁଲିସ୍ ମଧ୍ୟ ଏହି ମାମଲାରେ ଏଣ୍ଟ୍ରି କରିସାରିଛି। ଯେଉଁଠି ମୁମ୍ୱାଇ ପୁଲିସ୍‌ ଏବେ ସୁଦ୍ଧା ୩୫ରୁ ଅଧିକ ଲୋକଙ୍କର ବୟାନ ନେଇସାରିଛି। ଆଉ ସେପଟେ ବିହାର ପୁଲିସ୍‌ ମାୟାନଗରୀ ମୁମ୍ୱାଇରେ ପହଞ୍ଚି ସାରିଛି। ଯେଉଁଠି ସେ ରିୟା ଚକ୍ରବର୍ତ୍ତୀଙ୍କ ଠାରୁ ନେଇ ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ସୁଶାନ୍ତଙ୍କ ସହ ଜଡ଼ିତ ଏକ ଏକ ଡିଟେଲ୍‌କୁ ବାହାର କରୁଛି ।

ମିଡ଼ିଆ ରିପୋର୍ଟ ମୁତାବକ, ଏହି ଖବର ସାମନାକୁ ଆସିଛି କି ସୁଶାନ୍ତଙ୍କ ମାମଲାରେ ବିହାର ପୁଲିସ୍‌ କପୁର ହସ୍ପିଟାଲରୁ ଅଭିନେତାଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆଣିବାକୁ କପୁର ହସ୍ପିଟାଲରେ ପହଞ୍ଚି ଥିଲେ , ହେଲେ ଖାଲି ହାତରେ ଫେରିଥିଲେ ।  ବିହାର ପୁଲିସକୁ ହସ୍ପିଟାଲ ତରଫରୁ  ସୂଚନା ଦିଆଯାଇନଥିଲା ।

ଏବେ ଏହି ନୂଆ ଡିଟେଲ୍‌ ମଧ୍ୟ ସାମନାକୁ ଆସୁଛି କି  ବିହାର ପୁଲିସ୍‌ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ଦିଲ୍‌ ବେଚାରା ଟିମ୍‌ ସହ  ମଧ୍ୟ ପଚରାପଚରି  କରିବ ।

ମୁକେଶ ଛାବରା ଓ ସଞ୍ଜନା ସଙ୍ଘିଙ୍କ ବୟାନ ବିହାର ପୁଲିସ୍‌ ଦାଖଲ କରିପାରେ ।  ଏହା ପୂର୍ବରୁ  ମହାରାଷ୍ଟ୍ର  ସରକାର ମଧ୍ୟ ଟିମ୍‌ ସହ ପଚରାପଚରି  କରିସାରିଛି । ନିକଟରେ ମୁମ୍ୱାଇ କ୍ରାଇମ୍‌ ବ୍ରାଞ୍ଚ ର ଅଫିସ୍‌ ବାହାରେ ଅନେକ ମିଡ଼ିଆ କର୍ମୀଙ୍କ ଭିଡ଼ ଥିଲା ।  ଯେମିତି  ବିହାର ପୁଲିସ୍‌ ଅଫିସରୁ ବାହାରକୁ ବାହାରିଲେ  ରିପୋର୍ଟମାନେ ପ୍ରଶ୍ନ କରିବା ଆରମ୍ଭ କରିଦେଲେ ।ଏହି ଭିତରେ କଥିତ ରୂପେ  ବିହାର ପୁଲିସ୍‌ର ଅଧିକାରୀଙ୍କ ସହ ଧକ୍କା ହେବାର କଥା ମଧ୍ୟ ସାମନାକୁ ଆସିଛି ।

Leave a Reply

Your email address will not be published. Required fields are marked *