ନ୍ୟାୟ ପାଇଁ ସୁଶାନ୍ତଙ୍କ ଭଉଣୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଲେ ନିବେଦନ, କହିଲେ- ପ୍ଲିଜ୍ ଏହି କେସ୍କୁ ଦେଖନ୍ତୁ
ମୁମ୍ବାଇ;-ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୩୪ ବର୍ଷ ବୟସରେ ଏହି ଦୁନିଆକୁ ଅଲବିଦା କହିଦେଇଛନ୍ତି। ଅଭିନେତାଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠୁଛି କିନ୍ତୁ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁର ରହସ୍ୟ ଖୋଲିପାରିନି। ଅଭିନେତାଙ୍କ ମୃତ୍ୟ ପରେ ନୂଆ ନୂଆ କଥା ସାମ୍ନାକୁ ଆସୁଛି।
ସୁଶାନ୍ତଙ୍କ ପିତା କେ.କେ ସିଂ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ଏବଂ ଗୁରୁତର ଅଭିଯୋଗ ଆଣିଛନ୍ତି। ବିହାର ପୋଲିସ ଏହି ଘଟଣାର ତଦନ୍ତ କରୁଛି, କିନ୍ତୁ ଏହି ସମୟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏକ ପୋଷ୍ଟ ମାଧ୍ୟମରେ ସୋସିଆଲ ମିଡିଆରେ ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଛନ୍ତି।
ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ମାମଲାକୁ ବିଚାର କରିବାକୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି – ଇଣ୍ଡଷ୍ଟ୍ରିରେ ତାଙ୍କ ଭାଇଙ୍କର ଗଡ୍ ଫାଦର ନଥିଲେ । ଆମେ ଏକ ସାଧାରଣ ପରିବାରର । ତାଙ୍କ ପରିବାରର ଗୋଟିଏ ଭାଇ ବଲିଉଡରେ ଏକମାତ୍ର ତାରକା ଥିଲେ। ମୁଁ ଆପଣଙ୍କ ନିକଟରେ ପ୍ରାର୍ଥନା କରୁଛି ଏହି ମାମଲାକୁ ଆପଣ ଦେଖନ୍ତୁ। ସୁଶାନ୍ତ ମାମଲାରେ ସତ୍ୟ ପଦାକୁ ଆସୁ ଏବଂ ଏହାର ପ୍ରମାଣକୁ ଖଣ୍ଡନ କରାଯିବା ଉଚିତ ନୁହେଁ।
ଏହି ପୋଷ୍ଟ ସେୟାର କରିବାବେଳେ ସେ କ୍ୟାପସନ୍ ଦେଇଛନ୍ତି- ‘ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଏବଂ ମୁଁ ଏହି ଘଟଣାର ତୁରନ୍ତ ତଦନ୍ତ ପାଇଁ ଅନୁରୋଧ କରୁଛି। ଆମେ ଭାରତର ନ୍ୟାୟିକ ବ୍ୟବସ୍ଥାରେ ବିଶ୍ୱାସ କରୁ ଏବଂ ଯେକୌଣସି ମୂଲ୍ୟରେ ନ୍ୟାୟ ଆଶା କରୁ ‘। ସେ ଏହି ପୋଷ୍ଟ ସହିତ ପ୍ରଧାନମନ୍ତ୍ରୀ ମୋଦି ଏବଂ ପିଏମଓ ଇଣ୍ଡିଆକୁ ଟ୍ୟାଗ କରିଛନ୍ତି।