ରାଜ୍ୟରେ ଆଉ ୧୬୦୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ଡେଇଁଲା

ଭୁବନେଶ୍ୱର,:-ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ୧୬୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୯୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୦୯ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧ ହଜାର ୪୭୯କୁ ବୃଦ୍ଧି କରିଛି ।  ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ୧୬୦୨ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୩୦୮ ଜଣ, ଖୋର୍ଦ୍ଧାରୁ ୨୮୫,ରାୟଗଡ଼ାରୁ ୧୬୪ ଜଣ, ଗଜପତିରୁ ୧୦୮, ସୁନ୍ଦରଗଡ଼ରୁ ୬୨ ଜଣ, କଟକରୁ ୫୪ ଜଣ, ପୁରୀରୁ ୫୦ ଜଣ, ଢ଼େଙ୍କାନାଳରୁ ୪୯ ଜଣ, କୋରାପୁଟ ୪୬ ଜଣ, କନ୍ଧମାଳରୁ ୪୫ ଜଣ, ଯାଜପରରୁ ୪୪ ଜଣ, ମୟୂରଭଞ୍ଜ ଓ ସମ୍ବଲପରରୁ ୩୯ ଜଣ ଲେଖାଏଁ, ବଲାଙ୍ଗୀରରୁ ୩୮ ଜଣ, ନୟାଗଡ଼ରୁ ୩୩ ଜଣ, କେନ୍ଦୁଝରରୁ ୩୧ ଜଣ, କଳାହାଣ୍ଡି ଓ ମାଲକାନଗିରି ଜିଲ୍ଲାରୁ ୩୦ ଜଣ ଲେଖାଏଁ, ବାଲେଶ୍ବରରୁ ୨୯ ଜଣ, ଭଦ୍ରକରୁ ୨୦ ଜଣ, ଜଗତସିଂହପୁରରୁ ୧୯ ଜଣ, ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୧୫ ଜଣ ଲେଖାଏଁ, ବରଗଡ଼ରୁ ୧୩ ଜଣ, ବୌଦ୍ଧ ଓ ନବରଙ୍ଗପୁରରୁ ୯ ଜଣ ଲେଖାଏଁ, ଝାରସୁଗୁଡାରୁ ୭ ଜଣ, ସୋନପୁରରୁ ୬ ଜଣ, ନୂଆପଡାରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩,୪୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୨,୫୧୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨୦ ହଜାର ୫୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୭୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୭ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୫୨,୮୭୦୮ ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave a Reply

Your email address will not be published. Required fields are marked *