ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା : ମନି ଲଣ୍ଡରିଂ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ:-ସୁଶାନ୍ତ ସିଂହ ରାଜପୁତ ମାମଲାରେ ଆରମ୍ଭ ହେଲା ଆଉ ଏକ ଦିଗ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂର କେସ୍‌ ରୁଜୁ କରିଛି । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବିହାର ପୁଲିସ୍‌ ଠରୁ ଅଭିନେତା ସୁଶାନ୍ତ ସିଂହ ରାଜପୁଙ୍କର ମୃତ୍ୟୁ  ସମ୍ୱନ୍ଧରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ କିଛି ଅନ୍ୟ ଲୋକଙ୍କ ବିଷୟରେ  ହୋଇଥିବା ଏଫଆଇଆର କପି ମାଗିଛନ୍ତି । ଅଧିକାରୀମାନେ  ଗୁରୁବାର କହିଥିଲେ କି  ଏହି ମାମଲାରେ  ମନି ଲଣ୍ଡରିଂର ଯାଞ୍ଚ  କରିବାକୁ ଏଫଆଇଆର କପି ମଗାଯାଇଛି ।

ଅଧିକାରୀମାନେ କହିଥିଲେ , କେନ୍ଦ୍ରୀୟ ତଦନ୍ତ ଏଜେନ୍ସି  ଏହି ସନ୍ଦର୍ଭରେ  ବିହାର ପୁଲିସ୍‌କୁ ପତ୍ର ଲେଖିଛନ୍ତି । ଇଡି  ମନି ଲଣ୍ଡରିଂ ଆଇନ୍‌ ( ପିଏମ୍‌ଏଲ୍‌ଏ)  ଅନୁସାରେ  ସମ୍ଭାବିତ ତଦନ୍ତ  ପାଇଁ ମାମଲା ଉପରେ ନଜର ରଖିଛନ୍ତି ।  ସୁଶାନ୍ତଙ୍କ ପିତା କୃଷ୍ଣ କୁମାର ସିଂହ (୭୪)  ନିଜର ପୁଅକୁ କଥିତ ରୂପେ  ଆତ୍ମହତ୍ୟା  ପାଇଁ ଉସୁକାଇବାର ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ , ତାଙ୍କ ପରିବାରର ସଦସ୍ୟଓ କିଛି ଅନ୍ୟ ଲୋକଙ୍କ ବିରୁଦ୍ଧରେ ମଙ୍ଗଳବାର ଏଫଆଇଆର ଦାଖଲ କରାଇଛନ୍ତି ।

କେକେ ସିଂହଙ୍କ ଅଭିଯୋଗ ରିୟା ନିଜର କ୍ୟାରିୟରକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ମେ ୨୦୧୯ରେ ତାଙ୍କ ପୁଅ ସହ ବନ୍ଧୁତା କରିଥିଲେ ।

ଅଧିକାରୀଙ୍କ ମୁତାବକ , ଇଡି ରାଜପୁତଙ୍କ ଟାଙ୍କା ଓ ବ୍ୟାଙ୍କ ଖାତାର ଦୁରୁପଯୋଗ କରାଯାଇଥିବା ଅଭିଯୋଗକୁ ତଦନ୍ତ କରିବାକୁ ଚାହିଁଛି । ଏଜେନ୍ସି  ଏହି କଥାର ମଧ୍ୟ ତଦନ୍ତ କରିବ ଯେ , କିଏ ସୁଶାନ୍ତଙ୍କ ଟଙ୍କାକୁ ବ୍ୟବହାର କରି  କଳା ଧନକୁ ଧଳା କରିଛି କି ଏବଂ ଅବୈଧ ସମ୍ପତ୍ତି ଠୁଳ କରିଛି କି?  ଇଡି ଅଭିଯୁକ୍ତଙ୍କ ସମ୍ପତ୍ତିକୁ ଯାଞ୍ଚ କରିପାରେ ଏବଂ ତାଙ୍କ ପାଖରେ ପିଏମଏଲଏ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରିବା ମଧ୍ୟ ଅଧିକାର ରହିଛି ।

Leave a Reply

Your email address will not be published. Required fields are marked *