ରକ୍ଷାବନ୍ଧନ ପାଇଁ ରାକ୍ଷୀ ପଠାଇଲେ ମୋଦିଙ୍କ ପାକିସ୍ତାନୀ ଭଉଣୀ

ନୂଆଦିଲ୍ଲୀ:-ମୋଦିଙ୍କୁ ରାକ୍ଷୀ ପଠାଇଲେ ପାକିସ୍ତାନୀ ଭଉଣୀ । ରକ୍ଷା ବନ୍ଧନ ଅବସରରେ ନିଜ ପ୍ରଧାନମନ୍ତ୍ରୀ ଭାଇକୁ ରାକ୍ଷୀ ପଠାଇଛି ଭଉଣୀ । ଚଳିତ ବର୍ଷ କରୋନା ପାଇଁ କଟକଣା ଲାଗିଥିବାରୁ ଏଥର ଭାଇ ହାତରେ ଭଉଣୀ ବାନ୍ଧିବନି ସ୍ନେହର ସୂତା, ସମ୍ପର୍କର ରାକ୍ଷୀ । ତେଣୁ ମୋଦିଙ୍କୁ ପାଖକୁ ଯାଇ ଏଥର ତାଙ୍କ ହାତରେ ରାକ୍ଷୀ ବାନ୍ଧିପାରିବେନି ବୋଲି ଡାକରେ ପଠାଇଛନ୍ତି ପାକିସ୍ତାନୀ ଭଉଣୀ କମର ମୋହସିନ୍ ଶେଖ୍ ।ଅହମ୍ମଦାବାଦରେ ରହୁଥିବା ମୋହସିନଙ୍କ ପ୍ରତିବର୍ଷ ରକ୍ଷା ବନ୍ଧନ ଦିନ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ଗତବର୍ଷ ବି ଦିଲ୍ଲୀ ଯାଇ ରାକ୍ଷୀ ବାନ୍ଧିଥିଲେ । ତେବେ ୨୪ ବର୍ଷ ହେବ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧି ଆସୁଥିବା କମର ଏଥର କରୋନା ପାଇଁ ଯାଇପାରୁନଥିବାରୁ ରାକ୍ଷୀ ପୂର୍ଣ୍ଣିମାର ୨ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇଛନ୍ତି । ଆଉ ପୂର୍ବବର୍ଷ ମାନଙ୍କରେ ମୋଦିଙ୍କ ସହ ବିତିଥିବା ସ୍ମୃତି ମନେପକାଇଛନ୍ତି ।ତେବେ କାହିଁକି ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଛନ୍ତି ପାକିସ୍ତାନରେ ଜନ୍ମିତ ମହିଳା ? କେବେଠାରୁ ଓ କେଉଁ ପରିସ୍ଥିତିରେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ନିଷ୍ପତ୍ତି ନେଇଥିଲେ କମର? ଶୁଣନ୍ତୁ କଣ କହୁଛନ୍ତି ସେ । କରୋନା ପାଇଁ ସମସ୍ତଙ୍କୁ ସୁରକ୍ଷିତ ଆଉ ସତର୍କ ରହିବାକୁ ସରକାର କହୁଥିବା ବେଳେ ସମ୍ପର୍କର ସୂତା ପଠାଇ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନୀ ଭଉଣୀ ନିଜ ଭାଇ ମୋଦିଙ୍କ ସୁରକ୍ଷା କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *