ସୁଶାନ୍ତ ସିଂଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ଅଗ୍ରାହ୍ୟ କଲେ ସୁପ୍ରିମକୋର୍ଟ, କହିଲେ- ‘ପୋଲିସକୁ ତା କାମ କରିବାକୁ ଦିଆଯାଉ’

ମୁମ୍ବାଇ:- ଦିନକୁ ଦିନ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାର ତଦନ୍ତର ଆସୁଛି ନୂଆ ନୂଆ ତଥ୍ୟ । ଦେଢ ମାସ ପରେ ସୁଶାନ୍ତଙ୍କ ବାପାଙ୍କ ଅଭିଯୋଗ ପରେ ଘଟଣା ନୂଆ ମୋଡ ନେଇଛି । ମାମଲା ରୁଜୁ ପରେ ରିୟା ଚକ୍ରବର୍ତ୍ତୀଙ୍କ କୌଣସି ଖୋଜ ଖବର  ନଥିବାରୁ ସେ ଫେରାର ହୋଇ ଯାଇଥିବା ଚର୍ଚ୍ଚା ହେଉଛି ।ଏପଟେ ମାମଲାର ସିବିଆଇ ତଦନ୍ତ ନେଇ ଜନସ୍ବାର୍ଥ ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମୁମ୍ବାଇ ପୋଲିସକୁ ତାର କାମ କରିବାକୁ ଦିଆଯାଉ ବୋଲି କହିଛନ୍ତି ସର୍ବୋଚ୍ଚ  ଅଦାଲତ।

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଆସିବାରେ ଲାଗିଛି ନୂଆ ନୂଆ ଟ୍ବିଷ୍ଟ । ସିବିଆଇ ଦ୍ବାରା ତଦନ୍ତ କରାଯିବା ନେଇ ଆଗତ ଜନସ୍ବାର୍ଥ ମାମଲାକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ବମ୍ବେ ହାଇକୋର୍ଟରେ ଆବେଦନ କରିବା ଲାଗି ସର୍ବୋଚ୍ଚ କୋର୍ଟ କହିଛନ୍ତି।  ସୁଶାନ୍ତଙ୍କ ମୃତ୍ୟୁର ପ୍ରାୟ ଦେଢ଼ ମାସ ପରେ ସୁଶାନ୍ତଙ୍କ ପରିବାର, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।  ରିୟାଙ୍କ  ବିରୋଧରେ ପାଟନାରେ ଏତଲା ରୁଜୁ କରିଥିଲେ ସୁଶାନ୍ତଙ୍କ  ବାପା କେ କେ ସିଂ। ଏତଲା ପରେ ରିୟା ତାଙ୍କ ଓକିଲ ଜରିଆରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପାଟଣା ପୋଲିସର ତଦନ୍ତ ଉପରେ ରୋକ ଲଗାଇବାକୁ ସେ ଆବେଦନରେ ଦର୍ଶାଯାଇଛନ୍ତି । ମାମଲାକୁ ବିହାରରୁ ମହାରାଷ୍ଟ୍ରକୁ ଆଣିବାପାଇଁ ସେ  ଆବେଦନ କରିଥିଲେ । ସୁପ୍ରିମକୋର୍ଟରେ ରିୟାଙ୍କ ଆବେଦନକୁ ଚାଲେଞ୍ଜ କରିଛନ୍ତି ସୁଶାନ୍ତଙ୍କ ବାପା । ରିୟାଙ୍କ ଆବେଦନ ଉପରେ କିଛି ଶୁଣାଣି ପୂର୍ବରୁ ତାଙ୍କର ପକ୍ଷ ଶୁଣାଯାଉ ବୋଲି ଆବେଦନରେ ଦର୍ଶାଇଛନ୍ତି କେ କେ ସିଂ।ସେପଟେ ମାମାଲାର ତଦନ୍ତ ପାଇଁ  ବିହାର ପୋଲିସର ୪ ଜଣିଆ ଦଳ ମୁମ୍ବାଇରେ ଡେରା ପକାଇଛି। ରିୟାଙ୍କ ବାସଭବନରେ ବିହାର ପୋଲିସ ପହଞ୍ଚିଥିବାରୁ ରିୟାଙ୍କ ପତ୍ତା ପାଇନଥିଲା । ଏଥିସହିତ ବିହାର ପୋଲିସ ମଧ୍ୟ ରିୟାଙ୍କ ବ୍ୟାଙ୍କ ଟ୍ରାନଜାକ୍ସନର ଯାଞ୍ଚ କରିଛି। କାରଣ ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ପରିବାର ଅଭିଯୋଗ ଆଣିଛନ୍ତି ଯେ ସେ କୁଆଡ଼େ ସୁଶାନ୍ତଙ୍କ ଟଙ୍କା ହଡ଼ପ କରିଛନ୍ତି।  ନୂଆ ଅଭିଯୋଗ ଆଧାରରେ ମୁମ୍ବାଇ ପୋଲିସ ସହିତ ମିଶି ବିହାର ପୋଲିସ ମାମଲାର ଅଧିକ ଖୋଳତାଡରେ କରୁଛି।

Leave a Reply

Your email address will not be published. Required fields are marked *