ହୀରୋଇନ୍ ବଦଳରେ ବନିଲେ ପର୍ଣ୍ଣ ଷ୍ଟାର୍ : ଓ୍ବେବ୍ ସିରିଜ ନାଁରେ ଚାଲିଥିଲା ହଟ୍ ବ୍ଲୁ ଫିଲ୍ମର ସୁଟିଂ

ଇନ୍ଦୋର:-ମଧ୍ୟପ୍ରଦେଶରେ ଓ୍ବେବ ସିରିଜ ଲଞ୍ଚ ନାଁରେ ଜଣେ ଯୁବତୀଙ୍କ ଅଶ୍ଳୀଳ ଫିଲ୍ମ କରିବା ଏବଂ ଏହାକୁ ପର୍ଣ୍ଣ ସାଇଟରେ ଅପଲୋଡ କରିବାର ଚାଞ୍ଚଲ୍ୟକର ଘଟଣା ସାମନାକୁ ଆସିଛି।

ମଧ୍ୟପ୍ରଦେଶର ଇନ୍ଦୋରରେ ପର୍ଣ୍ଣ ଫିଲ୍ମ କରିବାର ରାକେଟର ଖୁଲାସା ହୋଇଛି। ଏହି ମାମଲାରେ କାଷ୍ଟିଂ ଡାୟଇରେକ୍ଟରକୁ ପୋଲିସ ହେପାଜତକୁ ନିଆଯାଇଛି।

ଧାମସୋଦରେ ରହୁଥିବା ଯୁବତୀ ସାଇବର ପୋଲିସକୁ ଦେଇଥିବା ଅଭିଯୋଗରେ କହିଛି ଯେ ୨୦୧୯ ଡିସେମ୍ବରରେ ତାଙ୍କୁ ବ୍ରିଜେନ୍ଦ୍ର ନାମକ ବ୍ୟକ୍ତି ଓ୍ବେବ ସିରିଜରେ ଲଞ୍ଚ କରିବାକୁ ପ୍ରଲୋଭନ କରିଥିଲା ଏବଂ ନିଜ ଫାର୍ମହାଉସରେ ନେଇ ଯାଇଥିଲା। ଏହି ଯୁବତୀ ଜଣକ ଇନ୍ଦୋରରେ ମଡେଲିଂ କରନ୍ତି।

ଯୁବତୀ ନିଜ କାଷ୍ଟିଂ ଡାଇରେକ୍ଟର ବନ୍ଧୁ ମିଲିନ୍ଦଙ୍କ ସହ ସେଠାରେ ପହଞ୍ଚିଥିଲେ। ବ୍ରିଜେନ୍ଦ୍ର ତାଙ୍କୁ ଏକ ବୋଲ୍ଡ ମୁଭି ସିରିଜରେ କାମ ଦେବା ବାହାନାରେ କିଛି ବୋଲ୍ଡ ସିନ୍ ଶୁଟ୍ କରିଥିଲା। ତାଙ୍କୁ କୁହାଯାଇଥିଲା ଯେ ଏଥିରେ ଅଶ୍ଳୀଳ କଣ୍ଟେଣ୍ଟ ହଟାଇ କିଛି ସିନ୍ ରଖି ଓଟିଟି ପ୍ଲାଟଫର୍ମରେ ରିଲିଜ କରିବେ।

ଏହା ପରେ ଯୁବତୀ ଏହି ଫିଲ୍ମ ରିଲିଜ ହେବାର ଅପେକ୍ଷା କରିଥିଲେ। ଏହି ଫିଲ୍ମ ରିଲିଜ ତ ହେଲା କିନ୍ତୁ ପର୍ଣ୍ଣ ଓ୍ବେବସାଇଟରେ ତାହା ବି ସବୁ ପ୍ରକାର ଅଶ୍ଳୀଳ ଏବଂ ବୋଲ୍ଡ ସିନ୍ ସହ।

ଯୁବତୀଙ୍କୁ ତାଙ୍କର ଜଣେ ପରିଚିତ ଏହି ବିଷୟରେ କହିଥିଲେ କିନ୍ତୁ ସେତେବେଳ ସୁଦ୍ଧା ୪ଲକ୍ଷ ଲୋକ ଏହାକୁ ଦେଖି ସାରିଥିଲେ। ଭୟଭୀତ ହୋଇ ସେ ବ୍ରିଜେନ୍ଦ୍ର ଏବଂ ତାଙ୍କ ବନ୍ଧୁ ସହ ଯୋଗାଯୋଗ କରିଥିଲେ କିନ୍ତୁ ସେମାନେ ଯୁବତୀଙ୍କ ଫୋନ୍ ଉଠାଇ ନଥିଲେ।

Leave a Reply

Your email address will not be published. Required fields are marked *