ଅଭିନେତା ଆଶୁତୋଷ ଭାକରେଙ୍କ ଆତ୍ମହତ୍ୟା,
ମୁମ୍ବାଇ:-ମରାଠି ଅଭିନେତା ଆଶୁତୋଷ ଭାକରେ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ମରାଠଓ୍ୱାଡା ଅଞ୍ଚଳର ନାନ୍ଦେଦରେ ଥିବା ନିଜ ଘରେ ସେ ଆତ୍ମହତ୍ୟା କରିଥିବା ପୋଲିସ କହିଛି ।
ବୁଧବାର ୩୨ ବର୍ଷୀୟ ଆଶୁତୋଷଙ୍କ ମୃତଦେହ ସେ ରହୁଥିବା ଫ୍ଲାଟରେ ତାଙ୍କ ପରିବାର ଲୋକେ ପ୍ରଥମେ ଦେଖିଥିଲେ । ସେ ହେଉଛନ୍ତି ମରାଠୀ ଅଭିନେତ୍ରୀ ମୟୂରୀ ଦେଶମୁଖଙ୍କ ସ୍ୱାମୀ । ମରାଠି ଧାରାବାହିକ ଖୁଲତା କାଲି ଖୁଲେନାରେ ସେ ଅଭିନୟ କରିଥିଲେ । ଏପରିକି ମରାଠି ଫିଲ୍ମ ଭକର ଓ ଇଚାର୍ ଥାରଲା ପାକାରେ ମଧ୍ୟ ସେ ଅଭିନୟ କରିଛନ୍ତି ।ଆଶୁତୋଷ କଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ । ସେ ଗତ କିଛି ଦିନ ଧରି ମାନସିକ ଅବସାଦରେ ଥିବା କୁହାଯାଉଛି । ଏପରିକି ସେ ଗତ କିଛିଦିନ ତଳେ ଆତ୍ମହତ୍ୟାକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ । ଶିବାଜୀନଗର ପୋଲିସ ଏହି ମାମଲାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।










