ସୁଶାନ୍ତଙ୍କ ଭଉଣୀ ଦେଲେ ଚାଞ୍ଚଲ୍ୟକର ବୟାନ: ଭାଇକୁ ନିଜ କନଟ୍ରୋଲରେ ରଖିଥିଲେ ରିୟା,
ମୁମ୍ବାଇ:-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ତାଙ୍କ ବାପା କେକେ ସିଂ ଏବେ ପୁଅକୁ ନ୍ୟାୟ ଦେବାକୁ ଆଗେଇ ଆସିଛନ୍ତି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଉପରେ ଅଭିଯୋଗ ଆଣି ସେ ଏଫଆଇଆର ରୁଜୁ କରିଛନ୍ତି। ଏହାପରେ ମାମଲାରେ ଏକ ନୂଆ ମୋଡ ଆସିଛି। ଏହି ଏଫଆଇଆର ବିହାର ପୋଲିସ ନିକଟରେ ରୁଜୁ କରାଯାଇଛି। ତେବେ ଏସବୁ ଭିତରେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଏକ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି।ବିହାର ପୋଲିସ ଯେତେବେଳେ ସୁଶାନ୍ତଙ୍କ ଭଉଣୀ ମିତୁ ସିଂ ଓ ତାଙ୍କର ବନ୍ଧୁ ମହେଶ କୃଷ୍ଣା ସେଟ୍ଟୀଙ୍କ ଷ୍ଟେଟମେଣ୍ଟ ନେଇଥିଲେ ଏହା ଜଣାପଡିଛି। ମିତୁ ସିଂ କହିଛନ୍ତି, ରିୟା ସମ୍ପୂର୍ଣ୍ଣ ଭାବରେ ସୁଶାନ୍ତଙ୍କୁ ନିଜର ଅକ୍ତିଆରରେ ନେଇଯାଇଥିଲେ। ଭୂତ-ପ୍ରେତ ଆଦି କାହାଣୀ ଶୁଣାଇ ତାଙ୍କର ଘର ବଦଳାଇ ଦେଇଥିଲେ। ରିୟାଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍ଆଇଆରରେ ସୁଶାନ୍ତଙ୍କ ବାପା ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କୁ ତାଙ୍କ ପରିବାରଠାରୁ ଦୂରେଇବାକୁ ରିୟା ଚେଷ୍ଟା କରିଥିଲେ। ବାରମ୍ବାର ସୁଶାନ୍ତଙ୍କ ନମ୍ବର ବଦଳାଇ ଦେଇଥିଲେ ଯାହାଦ୍ବାରା, ସେ ତାଙ୍କର ପରିବାର ସହ କଥା ହୋଇପାରିନଥିଲେ, ସୁଶାନ୍ତଙ୍କ ଉପରେ ନଜର ରଖିବା ପାଇଁ ରିୟା ତାଙ୍କର ପୁରା ଷ୍ଟାଫଙ୍କୁ ବଦଳାଇ ଦେଇଥିଲେ। କାରଣ ରିୟାଙ୍କ ନଜର ସୁଶାନ୍ତଙ୍କ ଟଙ୍କା ଉପରେ ଥିଲା। ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ନେଇ ଠକେଇ କରିବାକୁ ଚେଷ୍ଟା କରିଥିଲେ। ସୁଶାନ୍ତଙ୍କ ବାପା ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ରିୟା ତାଙ୍କ ପୁଅକୁ ଆତ୍ମହତ୍ୟା କରିବାକୁ ଉକସାଇଥିଲେ।ଗଣମାଧ୍ୟମରେ ସୁଶାନ୍ତଙ୍କ ଡାକ୍ତରୀ ରିପୋର୍ଟ କରିବାର ଧମକ ଦେଇ ରିୟା ତାଙ୍କୁ ବ୍ଲାକମେଲ କରୁଥିଲେ। ଏହା ମଧ୍ୟ କହୁଥିଲେ, ଯେ ଯଦି ମୋ କଥା ନଶୁଣିବ ମୁଁ ଗଣମାଧ୍ୟମକୁ ଏହି ରିପୋର୍ଟ ଦେବି। ମୁଁ ସମସ୍ତଙ୍କୁ କହିବି ଯେ ତୁମେ ପାଗଳ। ତା’ପରେ କେହି ତୁମକୁ ଫିଲ୍ମରେ କାମ ଦେବେ ନାହିଁ ଏବଂ ତୁମର କ୍ୟାରିୟର ନଷ୍ଟ କରିଦେବି।










