ପିଣ୍ଟୁନନ୍ଦ କଳାକାରଙ୍କ କଳା କାରନାମା,ଲକଡାଉନରେ ଯୁବତୀଙ୍କୁ ଫିଲ୍ମ ସୁଟିଂ ଆଳରେ ହୋଟେଲକୁ ଡାକି କାଷ୍ଟିଂକାଉଚ୍

ଭୁବନେଶ୍ୱର:-ପୁଣି ଓଲିଉଡର କଳାକାରଙ୍କ  କଳା କାରନାମା ପଦାକୁ ଆସିଛି। ଲକଡାଉନରେ ବେଆଇନ ଭାବେ ଏକ ହୋଟେଲରେ ଯୁବତୀଙ୍କୁ ଫିଲ୍ମ ସୁଟିଂ ଆଳରେ ଡାକି ମଙ୍ଗଳବାର ବିଳମ୍ବିତ ରାତିରେ କରିଛନ୍ତି କାଷ୍ଟିଂ କାଉଚ୍।  ଏହି କଳାକାର ଜଣଙ୍କ ହେଲେ ଓଲିଉଡ ନାମିଦାମି କଳାକାର ପିଣ୍ଟୁ ନନ୍ଦ।  ଯୁବତୀଙ୍କ ସହ ପିଣ୍ଟୁ ଏଭଳି ବ୍ୟବହାର କରିବା ପରେ ସେ ଏହାକୁ ବିରୋଧ କରିଥିଲେ। ଏଥିରେ ରାଗିଯାଇ ପିଣ୍ଟୁ ତାଙ୍କୁ ଗାଳି ଗୁଲଜ କରିଥିଲେ। ଏପରିକି ମୋର ଥାନା ଠାରୁ ଆରମ୍ଭ କରି ନେତାଙ୍କ ସହ ସମ୍ପର୍କ ଥିବାରୁ ମୋର କେହି କିଛି କରି ପାରିବେ ନାହିଁ ବୋଲି ପିଣ୍ଟୁ ଧମକ ଦେଇଥିଲେ। ଏପରିକ ଥାନାକୁ ଗଲେ ତୋତେ ଜୀବନରୁ ମାରି ଦେବୁ ବୋଲି ଧମକ ଦେଇଥିଲେ। ଶେଷରେ ଯୁବତୀ ଜଣକ ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ।  କିନ୍ତୁ ପୋଲିସ ସହ ପିଣ୍ଟୁନନ୍ଦଙ୍କ ଭିତିରି ସମ୍ପର୍କ ରଖିଥିବାରୁ ମାମଲାକୁ ପୋଲିସ ଚାପିବାକୁ ଉଦ୍ୟମ କରୁଛି। ପୋଲିସ ଯୁବତୀଙ୍କ ଉପରେ ଚାପ ପକେଇ କୋହଳ ଦଫା ଲଗେଇଲା ଭଳି ଅଭିଯୋଗ ଲୋଖିବାକୁ ବାଧ୍ୟ କରିଥିଲେ। ଶେଷରେ ଯୁବତୀ  ଚାପରେ ଆସି ପୋଲିସ କହିବା ଅନୁଯାୟୀ ଅଭିଯୋଗ ଲେଖିଥିଲେ।ସବୁଠୁ ବଡ଼ କଥା ହେଲା ଥାନା ଅଧିକାରୀଙ୍କ ଉପସ୍ଥିତରେ ଏସବୁ ହୋଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ‘କଙ୍କଡାକୁ ଗୋଳି ପାଣୀ ସୁହାଇଲା’ ଭଳି ପୋଲିସ କୋହଳ ଦଫା ଲଗେଇଥିଲା। ପିଣ୍ଟୁ ଏକ ରାଜନୈତିକ ଦଳ ସହ ଜଡ଼ିତ ଥିବାରୁ ପୋଲିସ ତାଙ୍କୁ ଖସେଇ ବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଯୁବତୀଙ୍କୁ ହୋଟେଲ ଭିତରେ ଅସଦା ଚରଣ ହୋଇଥିଲେ ମଧ୍ୟ ପୋଲିସ 354 ଦଫା କଣ ପାଇଁ ଲଗେଇ ନାହିଁ ବୋଲି ଯୁବତୀ ଅଭିଯୋଗ କରିଛନ୍ତି। ତାଙ୍କୁ ନ୍ୟାୟ ନ ମିଳିଲେ ଥାନା ଆଗରେ ଆତ୍ମହୁତି କରିବେ ବୋଲି ପୋଲିସକୁ ଧମକ ଦେଇଛନ୍ତି।

ସୂଚନା ଅନୁସାରେ, କଟକରେ ରହୁଥିବା ଜଣେ ଯୁବତୀଙ୍କୁ ଏକ ସିନେମାରେ ସୁଯୋଗ ଦେବାକୁ କୁହାଯାଇଥିଲା । ପରେ ତାଙ୍କର ସ୍କ୍ରିନ ଟେଷ୍ଟ ନିଆଯିବା ପରେ ତାଙ୍କୁ ପିଣ୍ଟୁ ନନ୍ଦ ସିନେମାରେ ରୋଲ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମଙ୍ଗଳବାର ଦିନ ଯୁବତୀଙ୍କୁ କଟକ ସିଡ଼ିଏକୁ ଡକା ଯାଇଥିଲା। ସେଠାରେ ଯୁବତୀ ପହଞ୍ଚିବା ପରେ ସୁଟିଂ ଭୂବନେଶ୍ୱରରେ ହେଉଥିବା କହିଥିଲେ। ଯୁବତୀଙ୍କୁ ପିଣ୍ଟୁ ନନ୍ଦ ଏବଂ ତାର ସହଯୋଗ ଚନ୍ଦକା ବୁଲାଇ  ଭୁବନେଶ୍ୱର ରାତି 7ଟାରେ ନୂଆପଲ୍ଲୀସ୍ଥିତ ହୋଟେଲ ଅନ୍ନପୂର୍ଣ୍ଣାକୁ ନେଇଥିଲେ। ସେଠାରେ ସୁଟିଂ କରାଯିବାକୁ  ରାତି ୧୨ଟା ପର୍ଯ୍ୟନ୍ତ ସେଠାରେ ବସାଇଥିଲେ। ଯୁବତୀ କେତବେଳେ ସୁଟିଂ ହେବ ବୋଲି ପଚାରିଥିଲେ ମଧ୍ୟ ରାତିରେ ହେବ ବୋଲି କହିଥିଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଟକାଇଥିଲେ।
ହେଲେ ସେଠାରେ ବସିବା ବେଳେ ଯୁବତୀଙ୍କୁ ତାଙ୍କର ସହଯୋଗୀମାନେ ଆଶାଳୀନ ଓ ଆପତ୍ତିଜନକ କଥା କହିଥିଲେ । ଏପରିକି ଅଭଦ୍ର ବ୍ୟବହାର ମଧ୍ୟ କରିଥିଲେ । ଫିଲ୍ମରେ ହିରୋଇନ ହେବାକୁ ହେଲେ କେତେ

ତପସ୍ୟା କରିବାକୁ ପଡିବ। ସାର ତୁମକୁ ଚୟନ କରିଛନ୍ତି। ତୁମେ ତାଙ୍କ ପାଇଁ କିଛି କରିବାକୁ ହେବ। ଯୁବତୀ କିଛି ବୁଝିପାରିଲେନି ବୋଲି ପଚାରିଲେ। ପିଣ୍ଟୁଙ୍କ ସହଯୋଗୀ କହିଲେ ସାରଙ୍କୁ ଟିକେ ଖୁସି କରିବାକୁ ପଡିବ। ଏହା ପରେ ପିଣ୍ଟୁ ନନ୍ଦ ଆସି ଯୁବତୀଙ୍କୁ ଏକ ରୁମକୁ ଟାଣି ନେଇଥିଲେ। ସେଠାରେ ତାଙ୍କୁ ଅସଦାଚରଣ କରିଥିଲେ। ଯୁବତୀ ପ୍ରତିବାଦ କରିବାରୁ ସେ ତାଙ୍କୁ ଧମକଚମକ ଦେଇଥିଲେ । ଶେଷରେ କୌଣସି ମତେ ଯୁବତୀ ସେଠାରୁ ଖସି ଥାନାକୁ ଆସିଥିଲେ। ଏନେଇ ଯୁବତୀ ଜଣକ ତୁରନ୍ତ ନୂଆପଲ୍ଲୀକୁ ଯାଇ ଏତଲା ଦାୟର କରିଥିଲେ । ପୁଲିସ ଉକ୍ତ ଅଭିଯୋଗକୁ ଭିତ୍ତି କରି ପିଣ୍ଟୁନନ୍ଦଙ୍କୁ ଥାନାକୁ ଡାକି ଜେରା କରିଛି । ଏପରିକି ପୋଲିସ ପିଣ୍ଟୁଙ୍କୁ ଅତିଥି ଭଳି ବସାଇ ଥିଲେ। କିନ୍ତୁ ଯୁବତୀଙ୍କୁ ପୋଲିସ ଗାଳିଗୁଲଜ କରିଥିଲେ।

ଏନେଇ ପିଣ୍ଟୁ ନନ୍ଦଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ପ୍ରଶ୍ନ ଉଠୁଛି, କରୋନା ସମୟରେ ହୋଟେଲରେ ସିନେମା ସୁଟିଂ ପାଇଁ ଅନୁମତି ମିଳିଲା କେମିତି? କଣ ଥାନା

ଅଧିକାରୀ ଦେଇଥିଲେ ଅନୁମତି।? ଯଦି ଦେଇଥିଲେ ତେବେ କଣ ଉପରିସ୍ଥ ଅଧିକାରୀଙ୍କ ଠାରୁ ଅନୁମତି ନେଇଥିଲେ କି ?   ନାଁ କେବଳ ସୁଟିଂ  ଆଳରେ ହୋଟେଲରେ ଆଉ କିଛି ହେବାର ଯୋଜନା ଥିଲା କି? ଏନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *