କ୍ବାରେଣ୍ଟାଇନ୍‌ ସେଣ୍ଟରରୁ ଛାଡ଼ି ଚାଲି ଗଲେ ୫୨ ଜଣ ଅନ୍ତେବାସୀ

ଟିକିରି:- ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମାରେ ଥିବା କ୍ବାରେଣ୍ଟାଇନରେ ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଭିନ୍ନ ଅବ୍ୟବସ୍ଥାର ପ୍ରତିବାଦ କରି ୫୨ ଜଣ ଅନ୍ତେବାସୀ କେନ୍ଦ୍ର ଛାଡ଼ି ଚାଲିଯାଇଛନ୍ତି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଫେରାଇ ଆଣିବା ଉଦ୍ୟମ କରାଯାଉଛି। ରାତି ୮ ସୁଦ୍ଧା ଟିଏମ୍‌ସିକୁ ଏମାନେ ଫେରି ନଥିବା ସୂଚନା ମିଳିଛି। ଅଭିଯୋଗ ଯେ, ଏଠାରେ ନିମ୍ନମାନରେ ଖାଦ୍ୟ ଦିଆଯାଉଥିଲା। ସକାଳ ଜଳିଖିଆଖାଇ ହେବ ନାହିଁ। ଏସବୁ ଖାଇଲେ ସୁସ୍ଥ ହେବା ବଦଳରେ ଅସୁସ୍ଥ ହୋଇପଡିବେ। ଏନେଇ ପାଟିତୁଣ୍ଡ ହୋଇଥିଲା, ସେଥିପାଇଁ ସେମାନେ କ୍ବାରେଣ୍ଟାଇନ୍ ସେଣ୍ଟର ଛାଡ଼ି ଚାଲି ଯାଇଥିଲେ।

Leave a Reply

Your email address will not be published. Required fields are marked *