ଉପ ଜିଲ୍ଲାପାଳଙ୍କ ମନମାନି, ହାଇକୋର୍ଟଙ୍କ ନିର୍ଦେଶକୁ ଖାତିରି ନାହିଁ, ନିର୍ବାଚନ ପାଇଁ ତାରିଖ ଦେବାକୁ ନାରାଜ, ବିରୋଧ କରି ଉପ ଜିଲ୍ଲାପାଳ ଅଫିସ ଆଗରେ ଧାରଣା

  • ଭୁବନେଶ୍ୱର:- ଭୁବନେଶ୍ୱର ଉପ ଜିଲ୍ଲାପାଳଙ୍କ ମନ ମାନି ଦେଖିବାକୁ ମିଳିଛି l ସେ ନିଜ ସ୍ୱାର୍ଥ ପାଇଁ ଜନତାଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଉଛନ୍ତି l ତାଙ୍କ ପାଇଁ ଆଇନ କିଛି ନୁହେଁ l ସେ କହୁଛନ୍ତି ମୁଁ ଯାହା କହିବି ତାହା ଆଇନ l ତୁମେ ମାନେ ଗ୍ରାମବାସି କିଏ ? ଗଣମାଧ୍ୟମ ପାଖକୁ ଗଲେ କଣ ନ୍ୟାୟ ଦେବ l ତୁମେ ଯାହା କରୁଛ କର ବୋଲି କହୁଛନ୍ତି l ସେ ଆଇନ ଉର୍ଦ୍ଧରେ କହି ବୁଲୁଛନ୍ତି l ହାଇକୋର୍ଟ ଉପ ନିର୍ବାଚନ କରିବାକୁ ତାରିଖ ବାହାର କରିବାକୁ ନିର୍ଦେଶ ଦେଇଛନ୍ତି l କିନ୍ତୁ ସେ କହୁଛନ୍ତି ହାଇକୋର୍ଟକୁ କହି ଦିଅ ତାରିଖ ଦିଅ ନ୍ତୁ ନିର୍ବାଚନ ପାଇଁ l ଉପ ଜିଲ୍ଲାପାଳଙ୍କ ଏଭଳି ନିର୍ଦେଶ ପାଇଁ ଲିଙ୍ଗିପୁର ଗ୍ରାମ ବାସି ହନ୍ତସନ୍ତ ହେଉଛନ୍ତି l ସେମାନେ କୌଣସି ସରକାରୀ କାମ ପାଇଁ କାହା ପାଖକୁ ଯିବେ ସନ୍ଦେହରେ ରହୁଛନ୍ତି l ଯାହାର ପ୍ରତିବାଦରେ ଗ୍ରାମବାସୀ ଏବଂ ଓକିକମାନେ ଆଜି ଭୁବନେଶ୍ୱର ଉପ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ବସିଥିଲେ l ତାଙ୍କୁ ନ୍ୟାୟ ନମିଳିବା ଯାକେ ଏଭଳି ଆନ୍ଦୋଳନ ଜାରି ରହିବ l
    ସୂଚନା ଯୋଗ୍ୟ, ଲିଂଗିପୁର ପଞ୍ଚାୟତର ଏକ ତୃତୀୟାଂଶ ୱାର୍ଡସଭ୍ୟ ଲିଂଗିପୁର ପଞ୍ଚାୟତର ସରପଞ୍ଚ(କ୍ଷିରୋଦ କୁମାର ପ୍ରଧାନ) ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗତ ତା18. 06. 2025 ରିଖରେ ମାନ୍ୟବର ଉପଜିଲ୍ଲାପାଳଙ୍କ ନିକଟରେ ବିଧି ପୂର୍ବକ ଆଗତ କରିଥିଲୁ। କିନ୍ତୁ ଏହାଭିତରେ ଏକମାସ ସମୟ ବିତି ଯାଇଥିଲେ ମଧ୍ୟ ମାନ୍ୟବର ଉପଜିଲ୍ଲାପାଳ ଗ୍ରାମ ପଞ୍ଚାୟତ ବିଧି ମୁତାବକ କାର୍ଯ୍ୟ ନକରି ଉଦେଶ୍ୟ ମୂଳକ ଭାବେ ବିଳମ୍ବ କରି ଚାଲିଛନ୍ତି। ଉପଜିଲ୍ଲାପାଳଙ୍କ ଏତାଦୃଶ କାଳକ୍ଷେପଣ ନୀତି ତଥା ପ୍ରିୟା ପ୍ରୀତି ତୋଷଣକୁ ବିରୋଧ କରି ଆମ୍ଭେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ l ମାନ୍ୟବର ଉଚ୍ଚ ନ୍ୟାୟାଳୟ ଉପଜିଲ୍ଲାପାଳଙ୍କ କାଳକ୍ଷେପଣ ନୀତିରେ କ୍ଷୁବ୍ଧ ହୋଇ ଅବିଳମ୍ବେ ପଞ୍ଚାୟତ ବିଧି ଅନୁଯାୟୀ ତୁରନ୍ତ ତାରିଖ ଧାର୍ଯ୍ୟ କରିବା ନିମନ୍ତେ ଉପଜିଲ୍ଲାପାଳଙ୍କୁ ତା 08. 07. 2025 ରିଖ ରେ ଆଦେଶ ଦେଇଥିଲେ, କିନ୍ତୁ ଉପଜିଲ୍ଲାପାଳ ଉକ୍ତ ଆଦେଶ ନାମାକୁ ଖାତିର ନକରି ମାନ୍ୟବର ଉଚ୍ଚ ନ୍ୟାୟାଳୟ କାହିଁକି ତାରିଖ ନିର୍ଧ।ରଣ କଲେନାହିଁ l ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦଶେକୁ ଅବମାନନା କରିଛନ୍ତି। ତେଣୁ ଏହା ବରୋଧରେ ଶାନ୍ତିପୂର୍ଣ୍ଣ ଭାବେ ଗ୍ରାମ ବାସି ଧାରଣା ଦେଉଥିଲେ l ଧାରଣl ପରେ ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଥିଲେ l ହେଲେ ସାମ୍ବାଦିକଙ୍କୁ ଦେଖି ଉପ ଜିଲ୍ଲାପାଳ ଆସିଲେ ନାହିଁ l

Leave a Reply

Your email address will not be published. Required fields are marked *