ରାଜୀବଙ୍କ ପୁଣ୍ୟତିଥୀରେ ବାପାଙ୍କ ସହ ଉଠାଇଥିବା ଶେଷ ଫଟୋ ପୋଷ୍ଟ୍ କଲେ ପ୍ରିୟଙ୍କା ଗାନ୍ଧୀ

 ନୂଆଦିଲ୍ଲୀ:–କଂଗ୍ରେସ ନେତ୍ରୀ ତଥା ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଭଦ୍ରା ଗୁରୁବାର ଟ୍ୱିଟରରେ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ସହ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ସେ ତାଙ୍କ ପୁଣ୍ୟତିଥୀରେ ଏହି ପୋଷ୍ଟ ସେୟାର କରିଛନ୍ତି । ତେବେ ଏହି ଫଟୋ ରାଜୀବଙ୍କ ସହ ପ୍ରିୟଙ୍କାଙ୍କ ଶେଷ ଫଟୋ ବୋଲି ସେ କହିଛନ୍ତି ।

ପ୍ରିୟଙ୍କା ଟ୍ୱିଟ୍ କରି କହିଛନ୍ତି ଯେ, ରାଜୀବ ଗାନ୍ଧୀ ସମସ୍ତଙ୍କୁ ଭଲ ପାଉଥିଲେ । ସେ ସମସ୍ତ ବାଧା ପ୍ରତିବନ୍ଧକ ସତ୍ୱେ ସଦାବେଳେ ତାଙ୍କ ସହ ରହିଥିଲେ । ସେ କେବେ ବି ତାଙ୍କୁ ଦୁଃଖରେ ରହିବାକୁ ଦେଉନଥିଲେ । ଏପରିକି ରାଜୀବ ନିର୍ଭୀକ ଥିଲେ ବୋଲି ପ୍ରିୟଙ୍କା କହିଛନ୍ତି ।ସେହିପରି କଂଗ୍ରେସ ସାଂସଦ ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ରାଜୀବଙ୍କ ପୂଣ୍ୟତିଥୀରେ ପିତାଙ୍କୁ ମନେ ପକାଇଛନ୍ତି । ରାହୁଲ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ଆପଣଙ୍କୁ ବହୁତ ମନେ ପକାଉଛି । ସେ ସର୍ବଦା ତାଙ୍କ ହୃଦୟରେ ଅମର ହୋଇ ରହିବେ । ପିତା ୧୯୯୧ରେ ଦେଶ ପାଇଁ ପ୍ରାଣବଳୀ ଦେଇଥିଲେ । ସେ ଜଣେ ମହାନ ବ୍ୟକ୍ତିତ୍ୱ । ତାଙ୍କ ସହ ବିତାଇଥିବା ମୁହୂର୍ତ୍ତ ସ୍ମରଣୀୟ ହୋଇ ରହିବ ବୋଲି ରାହୁଲ କହିଛନ୍ତି ।

Leave a Reply

Your email address will not be published. Required fields are marked *