ଅସୁସ୍ଥ ବାପାଙ୍କୁ ୧୨୦୦ କିଲୋମିଟର ସାଇକେଲ୍ ଚଳାଇ ଆଣିଲା ୧୫ ବର୍ଷ ଝିଅ
ପାଟଣା –:-ଝିଅର ନିଜ ବାପାଙ୍କୁ ଲକ୍ଡାଉନ୍ ବେଳେ ଘରକୁ ଫେରାଇ ଆଣିବା ପାଇଁ ୧୨୦୦ କିଲୋମିଟର ସାଇକେଲ୍ ଚଳାଇ ଆସିଲା ଝିଅ । ହରିୟାଣାରୁ ବିହାର ପର୍ଯ୍ୟନ୍ତ ସାଇକେଲ୍ ଚଳାଇ ଆସିଛି ।
ଜ୍ୟୋତି କୁମାରି ନାମକ ଝିଅ । ବୟସ ମାତ୍ର ୧୫ ବର୍ଷ ଲକ୍ଡାଉନ୍ରେ ବିହାର ଦରଭଙ୍ଗାର ଜ୍ୟୋତି । ସେ ସାଇକେଲ୍ ଧରି ହରିୟାଣାର ଗୁରୁଗାଁରୁ ବାହାରିଥିଲା । ଜ୍ୟୋତିର ବାପାଙ୍କ ଦେହ ଭଲ ନଥିଲା । ସେ ସାଇକେଲ୍ ଚଳାଇବା ଅବସ୍ଥାରେ ନଥିଲେ । ଏହାପରେ ତାଙ୍କ ଝିଅ ଜ୍ୟୋତି ମୁଁ ଅଛିନା ଡର କାହିଁକି କହି ବାପାଙ୍କୁ ସାଇକେଲ୍ରେ ଧରି ବାହାରିଥିଲା । ସାଇକେଲ୍ର ପଛରେ ତାର ବାପା ବସିଥିଲେ । ୭ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ସେ ଆସି ଦରଭଙ୍ଗାରେ ନିଜ ଗାଁ ପାଖରେ ପହଞ୍ଚିଥିଲା। ବାହାରିବା ବେଳେ ଭଗବାନ୍ଙ୍କ ନାଁ ସ୍ମରଣ କରିବା ସହ ବାପାଙ୍କୁ ସାଇକେଲ୍ର ପଛ ସିଟ୍ରେ ବସାଇ ସେ ବାହାରିଥିଲା ।
ଝିଅ ଜ୍ୟାତିର ତାହାର ସାହାସ ଓ ନିଷ୍ଠାକୁ ଅନେକ ପ୍ରଶଂସା କରିଛନ୍ତି । ପ୍ରତିଦିନ ସେ ୧୦୦ରୁ ୧୫୦ କିଲୋମିଟର ସାଇକେଲ୍ ଚଳାଉଥିଲା । ଏହାପରେ ହାଲିଆ ହୋଇଗଲେ ରାସ୍ତା କଡରେ ବିଶ୍ରାମ ନେଉଥିଲା ।
ଏହାପରେ କିଛି ବିସ୍କୁଟ ଓ ପ୍ଲାଷ୍ଟିକ ବୋତଲରେ ଥିବା ପାଣି ପିଇ ସେ ପୁଣି ସାଇକେଲ୍ ଚଳାଉଥିଲା । ଏହି କଥା କହିବା ବେଳେ ଝିଅଟିର ଆଖିରୁ ଲୁହ ବାହାରି ଆସିଥିଲା । ସେମାନେ ୨ ଦିନ ଭୋକରେ ରହିଥିଲେ । ବାଟରେ ଜଣେ ବୁଢା ଲୋକ ଏମାନଙ୍କ ଅବସ୍ଥା ଦେଖି ପାଣି ଓ ବିସ୍କୁଟ ପ୍ୟାକେଟ୍ ଦେଇଥିଲେ ।