ପତ୍ନୀଙ୍କ ହେୟାର ଷ୍ଟାଇଲ୍ ନକଲ କଲେ ଯୁବରାଜ
ନୂଆଦିଲ୍ଲୀ:-ଭାରତୀୟ କ୍ରିକେଟରେ ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର ଖେଳ ଶୈଳୀ ସାଙ୍ଗକୁ ଚାଲି ଚଳଣିରେ ସେ ଅନ୍ୟମାନଙ୍କଠୁ ନିଆରା ବାରି ହୋଇ ପଡ଼ନ୍ତି । କ୍ରିଜ୍ରେ ତିଷ୍ଠି ରହିଥିବା ପର୍ଯ୍ୟନ୍ତ ଦର୍ଶକ ତାଙ୍କ ଖେଳିବାର ଷ୍ଟାଇଲ୍କୁ ଭରପୁର ଉପଭୋଗ କରୁଥିଲେ । ପ୍ରଶଂସକ ତାଙ୍କୁ ଅନୁସରଣ କରୁଥିଲେ କିନ୍ତୁ ଯୁବିଙ୍କ ବ୍ୟକ୍ତିଗତ ଜୀବନ ପୂରା ଅଲଗା । ଅଭିନେତ୍ରୀ ହାଜେଲ କୀଚଙ୍କୁ ସେ ପ୍ରେମ ବିବାହ କରିଛନ୍ତି । ପତ୍ନୀଙ୍କୁ ସେ ବହୁତ ଭଲ ପାଆନ୍ତି । ତାଙ୍କ ଷ୍ଟାଇଲ୍, ତାଙ୍କ କାର୍ଯ୍ୟ ସବୁ କିଛିକୁ ନକଲ କରିବାକୁ ପ୍ରୟାସ କରନ୍ତି ଯୁବି । ଯେଉଁଥିରେ ପତ୍ନୀ ହାଜେଲ ମଧ୍ୟ ବହୁତ ଖୁସି ହୁଅନ୍ତି ।
ପତ୍ନୀମାନେ ଚାହାଁନ୍ତି ସବୁବେଳେ ସ୍ୱାମୀ ମୋର ପାଖେ ପାଖେ ରୁହନ୍ତୁ, ମନ କଥା ବୁଝନ୍ତୁ ଏବଂ ସବୁ କାର୍ଯ୍ୟର ପ୍ରଶଂସା କରନ୍ତୁ । ଏସବୁ ପୂରଣ ହେଲା ପରେ ପତ୍ନୀମାନେ ବି ଗୋଟାପଣେ ସ୍ୱାମୀର ହୋଇ ଯାଆନ୍ତି । ଜଗତରେ ସ୍ୱାମୀଙ୍କ ଛଡ଼ା ଆଉ ସେମାନଙ୍କୁ କିଛି ଦେଖାଯାଏ ନାହିଁ । ଏହି କଳା ଶିଖି ଯାଇଛନ୍ତି ଯୁବି । ତେଣୁ ପତ୍ନୀଙ୍କୁ ସେ ସବୁବେଳେ ଖୁସି ରଖିଛନ୍ତି ।
ଲକ୍ ଡାଉନ ହେବାର ଦୁଇ ମାସ ହୋଇ ଗଲାଣି । ଏବେ ଚତୁର୍ଥ ପର୍ଯ୍ୟାୟ ଚାଲିଛି । ଉଭୟ ନିଜ ନିଜର କାର୍ଯ୍ୟ ଠାରୁ ଦୂରେଇ ରହି ଘରେ ଏକାଠି ରହୁଛନ୍ତି । ପରସ୍ପରକୁ ସମୟ ଦେଉଛନ୍ତି । ଉଭୟଙ୍କର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଯେଉଁ ଫଟୋରେ ଉଭୟଙ୍କର କୁଞ୍ଚୁ କୁଞ୍ଚିଆ ବାଳ ରହିଥଛି । ଫଟୋର ଶୀର୍ଷକ ରହିଛି ଯୁବରାଜ ପତ୍ନୀ ହାଜେଲଙ୍କ ହେୟାର ଷ୍ଟାଇଲ୍କୁ ନକଲ କରିଛନ୍ତି ।