ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିଦର୍ଶନ କରିଛନ୍ତି । ବାତ୍ୟା ଅମ୍ପାନ ଯୋଗୁଁ ଓଡିଶାର ୪ ଜିଲ୍ଲାରେ ବହୁ କଚ୍ଚା ଘର ଭାଙ୍ଗିଥିବା ବେଳେ ବିଦ୍ୟୁତ ଖୁଣ୍ଟ ଉପୁଡିଯାଇଛି । ଏଥିରେ ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଶୁକ୍ରବାରରେ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିବେ ବୋଲି ଟ୍ୱିଟ ମାଧ୍ୟମରେ ପ୍ରକାଶ କରିଛନ୍ତି।ଓଡ଼ିଶାର ଜନସାଧାରଣ ସାହସିକତାର ସହିତ ଅମ୍ଫାନ ବାତ୍ୟାକୁ ମୁକାବିଲା କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ସୁନିଶ୍ଚିତ କରିବା ନିମନ୍ତେ ଅଧିକାରୀମାନେ କଠିନ ପରିଶ୍ରମ କରୁଛନ୍ତି । ପରିସ୍ଥିତି ଖୁବ୍‌ ଶୀଘ୍ର ସ୍ୱାଭାବିକ ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି ।ମଙ୍ଗଳବାର ରାତିରୁ ବୁଧବାର ଅପରାହ୍ନ ଯାଏଁ ଓଡ଼ିଶା ଉପକୂଳ ପାଖେ ପାଖେ ରହିଲା । ତା’ ପରେ ପଶିଗଲା ପଶ୍ଚିମବଙ୍ଗରେ । ଓଡ଼ିଶା ପାଖରେ ଯେତିକି ସମୟ ରହିଲା, ସେଥିରେ ବଡ଼ କ୍ଷୟକ୍ଷତି କରିନି । ତଥାପି ହଜାର ହଜାର ଗଛ ଉପାଡ଼ିଛି, ଭାଙ୍ଗିଛି । ୪ ଜିଲ୍ଲାରେ ବହୁ କଚ୍ଚା ଘର ଭାଙ୍ଗିଛି । କେତେକ ସ୍ଥାନରେ ବିଜୁଳି ଖୁଣ୍ଟି ମୋଡ଼ି ଦେଇଛି । ବାତ୍ୟା ପ୍ରକୋପରେ ବିଭିନ୍ନ ସ୍ଥାନରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହଜାର ହଜାର ହେକ୍ଟର ଫସଲ ନଷ୍ଟ ହୋଇଛି । ଭୟାନକ ବାତ୍ୟା ଆଜି ଅପରାହ୍ନରେ ପଶ୍ଚିମବଙ୍ଗର ସୁନ୍ଦରବନ ପାଖରେ ଉପକୂଳରେ ମାଡ଼ ହୋଇଛି । ପ୍ରଳୟ ଭିଆଇଛି । ୧୫୫-୧୬୫ କିମି ବେଗରେ ସେଠାରେ ପବନ ମାଡ଼ କରିଛି ।ବାତ୍ୟା ‘ଅମ୍ଫାନ୍‌’ର ସିଧା ଆକ୍ରମଣରୁ ବର୍ତ୍ତିଯାଇଛି ଓଡ଼ିଶା । ଯଦି ଟିକିଏ ଏହା ଦିଗ ବୁଲାଇଥାନ୍ତା, ସମ୍ଭବତଃ ଏହା ଓଡ଼ିଶା ଉପକୂଳରେ ମାଡ଼ ହୋଇଥାନ୍ତା କିମ୍ବା ଅଧିକ ପାଖକୁ ଆସି ବ୍ୟାପକ କ୍ଷତି କରିଥାନ୍ତା । କେତେକ ପାଣିପାଗ ସଂସ୍ଥା ଏଭଳି ଆକଳନ ମଧ୍ୟ କରିଥିଲେ ।
ବାତ୍ୟା ଓଡ଼ିଶାର ୪ ଉପକୂଳ ଜିଲ୍ଲାକୁ କ୍ଷତାକ୍ତ କରିଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ବାଲେଶ୍ୱର । ଦୀଘା ପାଖରେ ଥିବା ଭୋଗରାଇ, ବାଲିଆପାଳରେ ଶହଶହ ଗଛ ଉପୁଡ଼ି ପଡ଼ିଛି । ଦ୍ରୁତଗତିରେ ଗଛ କାଟି ରାସ୍ତା ସଫା ଚାଲିଛି । ବହୁ ଜାଗାରେ କଚ୍ଚା, ଚାଳ ଛପର ଘର ଉଜୁଡ଼ିଯାଇଛି ।

Leave a Reply

Your email address will not be published. Required fields are marked *