ସାବିତ୍ରୀ ପାଇଁ ସତ୍ୟବାନ ମାନିଲେନି କରୋନା କଟକଣା, ଫଳ ବଜାରରେ ଅସମ୍ଭାଳ ଭିଡ଼
ଭୁବନେଶ୍ୱର:-ସାବିତ୍ରୀ ପାଇଁ ସତ୍ୟବାନ ମାଣିଲେନି କରୋନା କଟକଣା। ସେମାନେ ସାବିତ୍ରୀ ପାଇଁ ଫଳ ଦୋକାନ ଆଗରେ ଲଗାଇଲେ ଅସମ୍ଭାଳ ଭିଡ଼ । ଏହାକୁ ଏଡେଇବାକୁ କ୍ୟାପିଟାଲ ଥାନା ପୋଲିସକୁ ନାକେଦମ ହେବାକୁ ପଡ଼ିଛି । ରାଜଧାନୀର ରାଜମହଲ ଛକରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତା କଡ଼ରେ ପଡ଼ିଥିବାବା ଠେଲା ଫଳ ଦୋକାନରେ ଗୁରୁବାର ଶତାଧୁକ ଲୋକଙ୍କ ଭିଡ଼ ଦେଖୁବାକୁ ମିଳିଲା । ଗୋଟିଏ ଠେଲା ଫଳ ଦୋକାନୀ ଆଗରେ ୧୦ରୁ ଉର୍ଦ୍ଧ ଲୋକେ ଘେରି ପଡ଼ିଲେ । ନା ସେମାନେ ପାଳନ କରୁଥିବା ସାମାଜିକ ଦୂରତ୍ବ ନା ବ୍ୟବହାର କରିଥିଲେ ମାସ୍କ। ପରସ୍ପର ଧସ୍ତାଧସ୍ତି ହୋଇ ଫଳ ନେବା ପାଇଁ ଭିଡ଼ ଲଗାଇଥିଲେ କ୍ୟାପିଟାଲ ଥାନାର ଏକାଧୁକ ପୋଲିସ ଫୋର୍ସ ସେଠାରେ ମୁତୟନ ହୋଇ ଲୋକଙ୍କୁ ଭିଡ଼ ନକରି ସାମାଜିକ ଦୂରତ୍ବ ରଖ୍ ଫଳ କିଣିବାକୁ କହୁଥିଲେ ମଧ୍ୟ କେହି ଶୁଣିନଥିଲେ । ଶେଷରେ ସ୍ଥିତି ଅଣାୟତ ହେବାରୁ କ୍ୟାପିଟାଲ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ସାମାଜିକ ଦୁରତ୍ବ ରଖିବା ପାଇଁ ନେହୁରା ହୋଇଥିଲେ ମଧ୍ୟ କେହି ଶୁଣିନଥିଲେ । ଶେଷରେ ଯେ ଲଗାତାର ସାଇରନ୍ ଲଗାଇ ଲୋକଙ୍କୁ ତାଲିଯିବା ପାଇଁ କହିଲେ । କିନ୍ତୁ ଲୋକେ ଏହାକୁ ଖାତିରି ନ କରି ଫଳ କିଣୁଥିଲେ । ଶେଷରେ ବାଧ୍ୟ ହୋଇ ପୋଲିସ ଫଳ ଦୋକାନ ଆଗରେ ପାକିଂ କରାଯାଇଥିବା ଗାଡ଼ି ମାଲିକଙ୍କ ଠାରୁ ଫାଇନ୍ ଆଦାୟ କରିଲେ ରାତି ୭ଟାରେ ଦୋକାନ ବନ୍ଦ ହେବାକୁ ଥୁବାରୁ ଲୋକଙ୍କ ଭିଡ଼ ଅଧିମ ବଢିଲା । ଏପରିକି ରାଜମହଲନ୍ତୁ ଏଜି ଛକ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦେବାକୁ ମିଳିଥିଲା । ଏଭଳି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ମୃଦୁ ଲାଠି ଚାବନା କରୁଥିବାର ଦେବାକୁ ମିଳିଲା । ସନ୍ଧ୍ୟା ୭ଟା ହେବା ପରେ ମଧ୍ୟ ଦୋକାନ ବନ୍ଦ ହେବାକୁ ପୋଲିସ ସାଇରନ୍ ଦେଇଁ କହୁଥିବା ବେଳେ ଦୋକାନୀ ଏବଂ ଲୋକେ ଶୁଣିନଥିଲେ ପୋଲିସ ଦୋକାନୀଙ୍କୁ ଲାଠିତ ଭୟ ଦେଖାଇବାରୁ ସେମାନେ ବାଧ୍ୟ ହୋଇ ଦୋକାନ ବନ୍ଦ କରିଲେ ସବୁଠୁ ବଡ଼ କଥା ହେଲା ଲା ଫଳ ଦୋକାନୀଙ୍କୁ ରାସ୍ତା ଉପରେ ବ୍ୟବସାୟ କରିବାକୁ କମିଶନରେ ପୋଲିସ ଏବଂ ଏସି କଟକଣା ଲଗାଯାଇଛି । ହେଲେ ସେମାନେ ନିୟମକୁ ଫୁର କରି ଦେଇଛନ୍ତି । କେବଳ ୟୁନିଟ-1 ମାର୍କେଟ ନୁହେଁ, ରାମ ମନ୍ଦିର ନିକଟ,ସତସଙ୍ଘ ବିହାର,ଆଇଡ଼ି ମାର୍କେଟ, ପଟିଆ ବଜାର ଆଦି ସହରର ଅନେକ ସ୍ଥାନରେ ସତ୍ୟବାନଙ୍କ ଅହେତୁକ ଭିଡ଼ ଦେଖିବାକୁ ମିଳିଥିଲା।











