ୟୁପିର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟପ୍ରତାପ ସିଂଙ୍କୁ କରୋନା,

ନୂଆଦିଲ୍ଲୀ:-ଉତ୍ତରପ୍ରଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଜୟପ୍ରତାପ ସିଂ ଶୁକ୍ରବାର କରୋନା ପଜିଟିଭ୍‌ ବାହାରିଛନ୍ତି । ବଂଶୀ ବିଧାନସଭା ଆସନରୁ ସଦସ୍ୟ ଥିବା ସିଂଙ୍କୁ ଜ୍ୱର ହେବା ପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ । ତାଙ୍କର ଦୁଇଟି ନମୁନା ଦୁଇଟି ଲାବ୍‌କୁ ପଠାଯାଇଥିଲା ।

ସେଥିମଧ୍ୟରୁ ଶୁକ୍ରବାର ସକାଳେ ଗୋଟିଏ ରିପୋର୍ଟ ଆସିଥିଲା ଯେଉଁଥିରେ ସେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ବୋଲି ଦର୍ଶାଯାଇଥିଲା । ଏହାପରେ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି । ତାଙ୍କ ପରିବାରର ବାକି ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ବ୍ୟକ୍ତିମାନଙ୍କର ନମୁନା ବି ପରୀକ୍ଷା ପାଇଁ ପଠାଯାଇଛି । ଶନିବାର ସେମାନଙ୍କର ରିପୋର୍ଟ ଆସିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *