ସମାଜସେବୀ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରି : ଘନିଷ୍ଠ ସହଯୋଗୀ ବିଶ୍ୱଙ୍କୁ ଜେରା

ଭୁବନେଶ୍ୱର,:-ସମାଜସେବୀ ଆଦିତ୍ୟ ଦାଶଙ୍କ ଡେଥ୍‌ ମିଷ୍ଟ୍ରି ଘଟଣାରେ ଜିଆର୍‌ପିର ଜେରାକୁ ସାମ୍ନା କରିଛନ୍ତି ତାଙ୍କ ଘନିଷ୍ଠ ସହଯୋଗୀ ବିଶ୍ୱ । ବଲାଙ୍ଗିରରୁ ଆସି ପହଞ୍ଚିଥିବା ବିଶ୍ୱଙ୍କୁ ପୁଲିସ ଆଜି ଘଣ୍ଟାଏରୁ ଅଧିକ ସମୟ ଧରି ଥାନାରେ ଜେରା କରିଛି ।

ତଦନ୍ତକାରୀ ଅଧିକାରୀ ଆଜି ଥାନାରେ ବିଶ୍ୱଙ୍କୁ ନାନା ପ୍ରଶ୍ନ ପଚାରିଥିଲେ । ଆଦିତ୍ୟଙ୍କ ଡେଥ୍‌ ସହ କିଛି ଲିଙ୍କ ଅଛି କି ନାହିଁ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିବା ଝଗଡାର କାରଣ କ’ଣ ? ଆଦିତ୍ୟ ମୃତ୍ୟୁ ପୂର୍ବରୁ ଏ ବାବଦରେ ବିଶ୍ୱଙ୍କୁ କିଛି କହିଥିଲେ କି? ଜେରା ବେଳେ କିିଛି ସନ୍ତୋଷଜନକ ଉତ୍ତର ମିଳିନଥିବା ପୁଲିସ କହିଛି । ମୃତ୍ୟୁର ୬ ଦିନ ପୂର୍ବରୁ ଫୋନ୍‌ ଯୋଗେ ବିଶ୍ୱ-ଆଦିତ୍ୟ କଥା ହୋଇଥିଲେ । ସେତେବେଳେ ସବୁକିଛି ଠିକ୍‌ ଥିଲା ବୋଲି ବିଶ୍ୱ ପୁଲିସ ସାମ୍ନାରେ କହିଛନ୍ତି । ଏହାଛଡ଼ା ପାରିବାରିକ କଳହକୁ ନେଇ କିଛି ସୂଚନା ଦେଇଥିବା ସେ ପୁଲିସକୁ ଜଣାଇଛନ୍ତି । ସୂଚନା ଥାଉ କି, ବିଶ୍ୱ-ଆଦିତ୍ୟ କଲେଜ ବେଳର ସାଙ୍ଗ ଥିଲେ । ଉଭୟେ ବଲାଙ୍ଗିରର ରାଜେନ୍ଦ୍ର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଏକାଠି ପଢ଼ୁଥିଲେ । ଲକ୍‌ଡାଉନ୍‌ ଯୋଗୁ ବିଶ୍ୱ କିନ୍ତୁ ଆଦିତ୍ୟଙ୍କ ବାହାଘରକୁ ଆସିପାରି ନଥିଲେ ।

ସେପଟେ ସୁଇସାଇଡ୍‌ ନୋଟ ଆଦିତ୍ୟ ଲେଖିଥିବା ରିପୋର୍ଟ ଆସିଛି । ଏହାପରେ ପୁଲିସ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରିର ତଦନ୍ତରେ ପୂର୍ଣ୍ଣଛେଦ ପକାଇବା ପ୍ରକ୍ରିୟା ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *