ଜିଆରପି ଥାନାର ଜଣେ ଏସଆଇଙ୍କୁ କରୋନା,ଆତଙ୍କିତ ଅବସ୍ଥାରେ ଏକାଧିକ ସାମ୍ବାଦିକ

ଭୁବନେଶ୍ୱର:-ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜୁଲାଇ ଶେଷ ଆଡ଼କୁ ହୁ ହୁ ହୋଇ ବଢିବାରେ ଲାଗିଛି। ବିଶେଷ କରି କରୋନା ଯୋଦ୍ଧା କୁହା ଯାଉଥିବା  ଏକାଧିକ ପୋଲିସଙ୍କୁ ଏହି ଭାଇରସ ଆକ୍ରାନ୍ତ କରୁଛି। ଯାହାକୁ ନେଇ ସମସ୍ତେ ଚିନ୍ତିତ। ଶୁକ୍ରବାର ଭୁବନେଶ୍ୱର ଜିଆରପି ଥାନାର ଜଣେ ଏସଆଇ କୋରନା ଆକ୍ରାନ୍ତ ହୋଇଛନ୍ତି। ଯାହାକୁ ନେଇ ଜିିିିଆରପି ଥାନାର ସମସ୍ତ କର୍ମଚାରୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ରେଲୱେ ଏସପି ଥାନାର ସମସ୍ତ କର୍ମଚାରୀଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ରବିବାର ଥାନାର ସମସ୍ତ କର୍ମଚାରୀଙ୍କ ସ୍ୱାବ ପରୀକ୍ଷା କରାଯିବ। ଯଦି ଏହି ରିପୋର୍ଟରେ ଆଦିତ୍ୟ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କୁ କରୋନା ହୋଇଥିବ ତେବେ ଅଡ଼ୁଆ ବଢ଼ିଲା। ବିଶେଷ କରି ଏହି ଅଧିକାରୀଙ୍କ ସଂସ୍ପର୍ଶରେ ଏକାଧିକ ସାମ୍ବାଦିକ ଆସିଛନ୍ତି। ତେଣୁ ଯେଉଁ ସବୁ କ୍ରାଇମ ରିପୋର୍ଟର ଏହି ଅଧିକାରୀଙ୍କ ସହ ମିଶିଛନ୍ତି ସେମାନଙ୍କୁ କରୋନା ହେବା ଥୟ। ଆଜି ଥାନାର ଜଣେ siଙ୍କୁ କରୋନା ପିଜେଟିଭ ଆସିବା ପରେ ଏକାଧିକ ରିପୋର୍ଟଙ୍କ ମଧ୍ୟରେ ଭାଲେଣି ପଡିଲାଣି।  କେବଳ ସାମ୍ବାଦିକ ନୁହେଁ ଆଦିତ୍ୟଙ୍କ ପରିବାର, ତାଙ୍କ ସାଙ୍ଗ ଏବଂ ତାଙ୍କ ସଂଗଠନର ସଦସ୍ୟମାନେ। କାରଣ ଜିଆରପିର ଏକାଧିକ ଅଧିକାରୀ ତଦନ୍ତ ପାଇଁ ଏହି ସବୁ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସେମାନଙ୍କୁ କରନା ହେବା ଅଧିକ ସମ୍ଭାବନା ରହିଛି। ତେଣୁ ଏହି ସବୁ ଲୋକଙ୍କ ଭାଗ୍ୟ ରବିବାର ଜଣାପଡ଼ିବ। ଜିଆରପିର ଉକ୍ତ ଅଧିକାରୀଙ୍କୁ ସ୍ୱାବ ରିପୋର୍ଟ ଆସିଲେ ସବୁ କିଛି ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *