ରାଜ୍ୟସଭା ଉପାଧ୍ୟକ୍ଷ କମିଟିକୁ ମନୋନୀତ ହେଲେ ସସ୍ମିତ ପାତ୍ର

ନୂଆଦିଲ୍ଲୀ,:-ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଶୁକ୍ରବାର ରାଜ୍ୟସଭା ଉପାଧ୍ୟକ୍ଷ କମିଟିର ପୁନର୍ଗଠନ କରିଛନ୍ତି ।  ଏହି କମିଟିରେ ସସ୍ମିତ ପାତ୍ରଙ୍କୁ ସ୍ଥାନ ମିଳିଛି । ଉପରାଷ୍ଟ୍ରପତି ଏକ ୬ ଜଣିଆ କମିଟି ଗଠନ କରିଛନ୍ତି । ଯେଉଁଥିରେ ସସ୍ମିତଙ୍କୁ ସ୍ଥାନ ମିଳିଛି ।

ଶୁକ୍ରବାର ରାଜ୍ୟସଭା ସଚିବାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇ ସସ୍ମିତଙ୍କ ମନୋନୟନ ସଂପର୍କରେ ଘୋଷଣା କରାଯାଇଛି । ନିୟମାନୁସାରେ,  ରାଜ୍ୟସଭା ଅଧ୍ୟକ୍ଷ ସଦସ୍ୟମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଉପାଧ୍ୟକ୍ଷ କମିଟିକୁ ମନୋନୀତ କରିଥାନ୍ତି । ରାଜ୍ୟସଭାରେ ଅଧ୍ୟକ୍ଷ କିମ୍ବା ଉପାଧ୍ୟକ୍ଷ ଉପସ୍ଥିତ ନ ରହିଲେ ଏହି କମିଟିରୁ ଜଣେ ଗୃହରେ ସଭାପତିତ୍ୱ କରିପାରିବେ ।  ବିଭିନ୍ନ ଦଳର ସଂଖ୍ୟାକୁ ନଜରରେ ରଖି ସଦସ୍ୟମାନଙ୍କୁ ମନୋନୀତ କରାଯାଇଥାଏ । ଏହି ମନୋନୟନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ପରାମର୍ଶ କରାଯାଏ ।

Leave a Reply

Your email address will not be published. Required fields are marked *