ରାଜଧାନୀରେ ଚାଞ୍ଚଲ୍ୟ, କରୋନାରେ ଘର ବାହାରକୁ ଯିବାକୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ କଲା ହତ୍ୟା।,ଅଭିଯୁକ୍ତ ସ୍ୱାମୀ ଗିରଫ

ଭୁବନେଶ୍ୱର:-ରାଜଧାନୀର ଏୟାରପୋଟ ଥାନା କାରଗିଲ ବସ୍ତିରେ ଏକ ହତ୍ୟାକାଣ୍ଡ ଘଟିଛି । ହତ୍ୟାର ଶିକାର ହୋଇଥିବା ମହିଳା ହେଲେ ପାଞ୍ଚଗାଁର ସଙ୍କୁନ୍ତଳା ମାଝି ( ୨୫ ) ହତ୍ୟା କରିବା ପରେ ଫେରାର ଥିବା ଅଭିଯୁକ୍ତ ସ୍ବାମୀ ମୁରଲିଧର ବେହେରାଙ୍କୁ  ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିଛି । କୋରନା ସମୟରେ ଘରୁ ବାହରକୁ ଯିବାକୁ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ଲୁହା ହାତୁଡିରେ ସ୍ତ୍ରୀର ମୁଣ୍ଡକୁ ପିଟି ପିଟି ହତ୍ୟା କରିଛନ୍ତି। ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଜବତ କରିଛି। ମୃତଦେହ ଖଟ ତଳେ  ପଡ଼ିଥିବା ବେଳେ ଘରସାରା ରକ୍ତ ଖେଳିଯାଇଥିଲା।   ଏୟାରପୋର୍ଟ ଥାନା ଅଧିକାର ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହୀଞ୍ଚି ତଦନ୍ତ କରିଥିଲେ । ସାଇଣ୍ଟିଫିକ୍ ଟିମ ସେଠାରୁ କେତେକ ନମୁନା ସଂଗ୍ରହ କରୀ ଫରେନ୍ସିକ ଲ୍ୟାବକୁ ପଠାଇଛି। ଏହାସହ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ଏନେଇ ପୋଲିସ କେସ ନଂ 133/ 20ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନା ଅନୁଯାୟୀ, ଶଙ୍କୁନ୍ତଳାଙ୍କ  ବାପଘର ପାଞ୍ଚଗାଁ ହୋଇଥିବା ବେଳେ ସେ ଗତ ଫେବୃଆରୀ ରେ ମୁରଲିଧରଙ୍କୁ ପ୍ରେମ ବିବାହ କରିଥିଲେ । ମୁରଲି ରାଜମିସ୍ତ୍ରୀ କାମ କରି ପରିବାର ଚଳାନ୍ତି । ମଝିରେ ମଝିରେ ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ  ଝଗଡା ଲାଗୁଥିଲା। ହେଲେ ତାହା ଖୁବ କମ ସମୟ ପରେ ସବୁ ଶାନ୍ତ ପଡୁଥିଲା। ହଲେ ଶୁକ୍ରବାର ରାତି 8 ଟା ସମୟରେ ମୁରଲୀଧର ଘରୁ ବାହାରକୁ ଯିବାକୁ ବାହାରିଥିଲେ। କିନ୍ତୁ ଲକଡାଉନ ଥିବାରୁ କଣ ପାଇଁ ବାହାରକୁ ଯାଉଛ ବୋଲି ସ୍ତ୍ରୀ ଶଙ୍କୁନ୍ତଲା କହି ବିରୋଧ କରିଥିଲେ। ଲକଡାଉନ ଯୋଗୁ ପୋଲିସ ଜଗିଛି, କାହିଁକି ଯାଉଛ କହି ବାରଣ କରିଥିଲେ ସ୍ତ୍ରୀ। ହେଲେ ମୁରଲୀଧର ତାଙ୍କ କଥା ମାନି ନ ଥିଲେ।ବରଂ ମୋତେ ମନା କରିବାକୁ ତୁ କିଏ ବୋଲି କହି ତାଙ୍କୁ ଉତ୍ତର ଦେଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ରାଗିଯାଇ ମୁରଲୀଧର ସ୍ତ୍ରୀ ଶଙ୍କୁନ୍ତଳାଙ୍କ ଚୁଟିକୁ ଧରି ଏକ ଲୁହା ହାତୁଡିରେ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା। ପୋଲିସ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା।

Leave a Reply

Your email address will not be published. Required fields are marked *