ଷ୍ଟେସନାରୀ ଦୋକାନରେ ମଦ ବେପାର: ବିଦେଶୀ ମଦ ଜବତ,

ଭୁବନେଶ୍ୱର:-ତମାଣ୍ଡୋ ବଜାରରେ ଜଣେ ଷ୍ଟେସନାରୀ ଦୋକାନୀ ଚୋରାରେ ମଦ ବିକ୍ରି କରୁଥିବା ବେଳେ ତମାଣ୍ଡୋ ଥାନା ପୁଲିସ ଚଢ଼ଉ କରି ବିଦେଶୀ ମଦ ଜବତ କରିବା ସହ ଦୋକାନୀଙ୍କୁ ଗିରଫ କରିଛି । ଗିରଫ ଦୋକାନୀଙ୍କ ନାମ ସିଲୁ ପଟ୍ଟନାୟକ(୨୪) । ଘର ତମାଣ୍ଡୋ ।

ସୂଚନା ଅନୁଯାୟୀ, ସିଲୁ ଚୋରାରେ ମଦ ଆଣି ଦୋକାନରେ ରଖି ୩/୪ ଗୁଣା ଅଧିକ ଦାମ୍‌ରେ ବିକ୍ରି କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଆଜି ଅପରାହ୍ଣରେ ତାଙ୍କ ଦୋକାନରେ ଚଢ଼ଉ କରା ଯାଇଥିଲା । ଦୋକାନରୁ ୩୦ ବଟଲ ବିଦେଶୀ ମଦ ଜବତ କରାଯାଇଥିଲା । ଚୋରା ମଦ କାରବାର ଅଭିଯୋଗରେ ପୁଲିସ ସିଲୁଙ୍କୁ ଗିରଫ କରିଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି । ସୂଚନା ଥାଉକି, ମଦ ଚୋରା କାରବାର ଉପରେ ରୋକ ଲଗାଇବା ପାଇଁ କମିଶନରେଟ୍‌ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି । କମିଶନରେଟ୍‌ ପୁଲିସର କୁଇକ୍‌ ଆକ୍ସନ୍‌ ଟିମ୍‌ ଓ ଥାନା ପୁଲିସ ରାଜଧାନୀର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୫ରୁ ଅଧିକ ବେପାରୀଙ୍କୁ ଗିରଫ କରିଥିବା ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବାରେ ସଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *