ଓଡିଶାରେ ଡିଜିଟାଲ୍ ବିବାହ,ଭିଡିଓ କଲରେ ଆଶୀର୍ବାଦ ଝିଅର ମା
ସମ୍ବଲପୁର – କରୋନା ତା ସାଙ୍ଗକୁ ଲକଡାଉନ, ବିଧିର ବିଧାନକୁ କେ କରିବ ଆନ । ଯାହା ପୂର୍ବରୁ କେବେ ଘଟିନଥିଲା ସେଭଳି ଆଶ୍ଚର୍ଯ୍ୟଚକିତ ହେଲା ଭଳି ଘଟଣା ଏବେ ଘଟୁଛି ଲେ ଘରେ ରହିବା ସହ ଅନ୍ଲାଇନ୍ କାମ କରୁଛନ୍ତି । ବାହା ହେବା ପାଇଁ ସମ୍ବଲପୁରର ଝିଅ ଗଲା ଜାମସେଦପୁର ବର ପାଖକୁ , ହେଲେ ସମ୍ବଲପୁରରୁ ଭିଡିଓ କଲରେ ଝିଅ ବାହା ଘର ଦେଖିଲେ ମା । ଭିଡିଓ କଲ୍ରେ ବି ଆଶୀର୍ବାଦ ଦେଲେ ।
ଜାନୁଆରୀ ମାସରେ ନିର୍ବନ୍ଧ ସରିଥିଲା , ଏପ୍ରିଲ ୨୮ରେ ବାହାଘର ଥିଲା । ହେଲେ କରୋନା ଜନିତ ଲକଡାଉନ ଯୋଗୁଁ ହୋଇପାରିଲାନି ବାହାଘର । ପୁଣି ବାହାଘର ଘୁଂଚିଗଲା ମେ ୮କୁ ହେଲେ ପୁଣି ବଢିଲା ଲକଡାଉନ ।
ତେବେ ଦୁଇ ଥର ଲକଡାଉନ ଘଂଚିବାରୁ ବାହାଘର ହୋଇପାରିଲାନି । ପୂର୍ବରୁ ସାତଜନମର ସାଥି ହେବା ପାଇଁ ଦୁନିଆକୁ ଆସିଥିବା ଦୁଇ ଜଣଙ୍କୁ ଅଟକାଇ ପାରିଲାନି କରୋନା । ଶେଷରେ ଡିଜିଟାଲ ହିସାବରେ ବାହା ହେଲେ ବର କନ୍ୟା । କନ୍ୟା ସମ୍ବଲପୁର ମୋଦିପଡାର ସୁକନ୍ୟା ଦେବୀଙ୍କ ଝିଅ ପୁଜା ଠାକୁର ଓ ପୁଅ ଜାମସେଦପୁରର ଆକାଶ କୁମାର ମାସ୍କ ।
ଲକଡାଉନ କଟକଣା ଯୋଗୁଁ ବରଯାତ୍ରୀ ଆସିପାରିଲାନି ସମ୍ବଲପୁର ଫଳରେ ପୁଜା ବାହା ହେବା ପାଇଁ ଗଲେ ଜାମସେଦପୁର । ସେଠି ଉଭୟ ନିଜ ପରିବାରଙ୍କ ସଦସ୍ୟ ଉପସ୍ଥିତିରେ ବାହାହେଲେ । ଝିଅ ଘର କେହି ଉପସ୍ଥିତ ନଥିବାରୁ ଭିଡିଓ କଲ୍ ଜରିଆରେ ପରିବାର ଲୋକେ ନିଜ ଝିଅର ବାହାଘର ଦେଖିବା ସହ ମାଁ, ଭାଇ ଓ ଭାଉଜ ଶେଷରେ ଡିଜିଟାଲ ଆଶିର୍ବାଦ ଦେଲେ ।










