ସାରା ବିଶ୍ୱକୁ କରୋନା ଜାଲରେ ଫସାଇ ଚୀନ ଗୁପ୍ତରେ ବଢାଇ ଚାଲିଛି ନିଜର ଶକ୍ତି
ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଅନେକ ଦେଶର ଲକଡାଉନ୍ ଜାରି ରହିଛି । ଏହା ମଧ୍ୟରେ କିନ୍ତୁ ଚୀନ ନିଜର ସିକ୍ରେଟ୍ ମିଶନ୍ ଆରମ୍ଭ କରିଛି । ସାରା ବିଶ୍ୱକୁ କରୋନା ଜାଲରେ ଫସାଇଥିବା ଚୀନ ଏହି ଘଡିସନ୍ଧି ମୁହୂର୍ତ୍ତରେ ସୁବିଧାବାଦୀ ନୀତି ଆପଣାଇଛି । ଏହି ସମୟରେ ଡ୍ରାଗନ୍ ପଡୋଶୀ ଦେଶ ଉପରେ ଲଢୁଆ ବିମାନ ଓ ହେଲିକପ୍ଟର ଉଡାଇବା ସହ ଏଭରେଷ୍ଟ ଉପରେ 5ଜି ଟେକ୍ନୋଲୋଜିକୁ ଇନଷ୍ଟଲ କରିଛି । ଆହୁରି ମଧ୍ୟ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବା ରକେଟର ସଫଳ ପରୀକ୍ଷଣ କରିଛି । ଏପରିକି ଚୀନ ସୈନିକ କାଶ୍ମୀର ଓ ପାକିସ୍ତାନ-ଚୀନ ସୀମାରେ ନିଜର ଗତିବିଧି ବୃଦ୍ଧି କରିଛନ୍ତି । ଯାହାର ଅନେକ ପ୍ରମାଣ ମିଳିଛି ।
ସର୍ବପ୍ରଥମେ ଚୀନ ମାର୍ଚ୍ଚ ୨୯ରେ ମିଲଟାରୀ ଡ୍ରିଲ୍ କରିଥିଲା । ଏଥିରେ ଜାପାନ ଓ ତାଇଓ୍ୱାନ ଅଧିକ ଚିନ୍ତିତ ହୋଇପଡିଥିଲେ । ଜାପାନ ଏହାକୁ ନଜରରେ ରଖି ଚୀନ ସଂଲଗ୍ନ ମିୟୋକୋଜିମା ଦ୍ୱୀପରେ ମିସାଇଲ ଓ ୩୪୦ରୁ ଅଧିକ ସୈନିକ ମୁତୟନ କରିଛି । ସେହିପରି ତାଇଓ୍ୱାନ ଏୟାରସ୍ପେସକୁ ଚୀନ ଫାଇଟର୍ ଜେଟ୍ ପଠାଇଥିଲା । ଏହାପରେ ତାଇଓ୍ୱାନର ବାୟୁସେନା ଚୀନ ବିମାନକୁ ଘଉଡାଇ ଦେଇଥିଲା ।ଏପ୍ରିଲ ୧୧ରେ ଚୀନ ସାରା ବିଶ୍ୱ ସାମ୍ନାରେ ନିଜ ଶକ୍ତିର ପ୍ରଦର୍ଶନ କରିଥିଲା । ଚୀନ ନୌସେନା ରିୟଲାଷ୍ଟିକ୍ ମେରିଟାଇମ୍ ମିସାଇଲ ଅପରେସନରେ ଭାଗ ନେଇଥିଲା । ଏହି ଅଭ୍ୟାସରେ ଦକ୍ଷିଣ ଚୀନର ସମୁଦ୍ରବର୍ତ୍ତୀ ଅଞ୍ଚଳରେ ଡ୍ରାଗନ୍ ଗାଇଡେଡ୍ ମିସାଇଲ, ସୂଚାଙ୍ଗ ଯୁଦ୍ଧପୋତ ଉତକ୍ଷେପଣ କରିଥିଲା । ଏହାର ଫଟୋ ମଧ୍ୟ ସରକାରୀ ଖବରକାଗଜରେ ପ୍ରକାଶ ପାଇଛି ।ସେହିପରି ମେ ୫ରେ ଚୀନ ନିଜର ମୁନ୍ ମିଶନ ପାଇଁ ରକେଟର ପରୀକ୍ଷଣ କରିଥିଲା । ଚୀନର ହେନାନ କ୍ଷେତ୍ରର ବେନଚାଙ୍ଗ୍ ଲଞ୍ଚ୍ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯାଇଛି ।ଚୀନ ମାଉଣ୍ଟ ଏଭରେଷ୍ଟରେ ୫ଜି ନେଟଓ୍ୱର୍କକୁ ସ୍ଥାପନ କରିଥିଲା । ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତିତ ହୋଇ ପଡିଛନ୍ତି । ଏହା ଜରିଆରେ ଚୀନ ଭାରତ ସମେତ ଅନ୍ୟ ପ଼ଡୋଶୀ ଦେଶ ଉପରେ ନଜର ରଖିବ । ଏହାକୁ ଚୀନ ସରକାର ଓ ହୁବେଇ କମ୍ପାନୀର ମିଳିତ ଉଦ୍ୟମରେ ପ୍ରତିଷ୍ଠା କରାଯାଇଛି ।ଏବେ ଚୀନ ଭାରତର ଦକ୍ଷିଣ ଉପକୂଳରୁ ୬୮୪ କିମି ଦୂରରେ ମାଳଦ୍ୱୀପର ଏକ ଦ୍ୱୀପରେ ନିଜର ଦବଦବା ଜାହିର କରିଛି । ସେ ପ୍ରାକୃତିକ ଦ୍ୱୀପକୁ ତୀମ ଦ୍ୱୀପ କରୁଛି । ଏହାକୁ ସାମରିକ ଓ ଆର୍ଥିକ କ୍ଷେତ୍ରରେ ବିନିଯୋଗ କରାଯିବ ।କେବଳ ଏତିକି ନୁହେଁ ମେ ୫ ଓ ୬ରେ ଲଦ୍ଦାଖର ପେଙ୍ଗାଙ୍ଗ୍ ସେକ୍ଟରରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷ ମଧ୍ୟରେ ପଥର ମାଡ କରାଯାଇଥିଲା । ଏତିରେ କିଛି ଅଧିକାରୀ ଓ ସୈନିକ ଆହତ ହୋଇଥିଲେ ।