ଓଡିଶାର ମହିଳା ପୁଲିସ ଅଧିକାରୀ ଶୁଭଶ୍ରୀଙ୍କ ସହ କଥା ହେଲେ ମେଗାଷ୍ଟାର ଚିରଞ୍ଜିବୀ
ଭୁବନେଶ୍ୱର – ମଦର୍ସ ଡେ ରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ନିଜର କର୍ତ୍ତବ୍ୟ ପାଇଁ ଟ୍ବିଟ୍ କରି ହୃଦୟରୁ ଧନ୍ୟବାଦ ଦେଇଥିଲେ ମେଗା ଷ୍ଟାର ଚିରଞ୍ଜୀବି । ତାଙ୍କ ସହ ଭିଡିଓ କଲ୍ କରି ମେଗାଷ୍ଟାର ଚିରଞ୍ଜୀବ ପୁଲିସ ଅଧିକାରୀ ଶୁଭଶ୍ରୀଙ୍କୁ ପ୍ରଶଂସା କରିଛନ୍ତି । ଏପରି କାର୍ଯ୍ୟ ସଦା ସର୍ବଦା କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।
ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ମହିଳା ସବ ଇନ୍ସପେକ୍ଟର ଶୁଭଶ୍ରୀ ଭବାନୀ ନାୟକ କରୋନା ମୁକାବିଲା ସମୟରେ ଗରିବ ଓ ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ଆସିଛନ୍ତି । ସୋସିଆଲ୍ ମିଡିଆରେ ଏହି ଭିଡିଓ ବେଶ ଭାଇରାଲ୍ ହେବାରେ ଲାଗିଛି ।
ମାଲକାନଗିରି ଜିଲ୍ଲା ପୋଲିସର ମହିଳା ସବ୍ଇନସପେକ୍ଟର ଶୁଭଶ୍ରୀ ଭବାନୀ ନାୟକ କରୋନା ବେଳେ ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ କରି ସେ ଚର୍ଚ୍ଚାକୁ ଆସିଛନ୍ତି । କରୋନା ମୁକାବିଲା ବଳେ ଜଣେ ଅସହାୟ ବୃଦ୍ଧା ରାସ୍ତାକଡରେ ଭୋକ ଉପାସରେ ପଡିଥିଲେ । ଶୁଭଶ୍ରୀଙ୍କ ଶୁଭ ଦୃଷ୍ଟି ସେହି ବୃଦ୍ଧାଙ୍କ ଉପରେ ପଡିଥିଲା । ତାଙ୍କୁ ନିଜ ହାତରେ ଖୁଆଇ ଦେଇଥିଲେ ଶୁଭଶ୍ରୀ । କେବଳ ସେହି ଅସହାୟ ବୃଦ୍ଧା ନୁହନ୍ତି ଡ୍ୟୁଟିରେ ଥିବା ବେଳେ ଏଭଳି ଅନେକ ଗରିବ ଆଦିବାସୀ ଓ ବୃଦ୍ଧାଙ୍କୁ ନିଜ ହାତରେ ଖୁଆଇ ଦେବା ସହ ସେବା କରି ବେଶ ଚର୍ଚ୍ଚାରେ ଆସିଛନ୍ତି ସବ୍ଇନସ୍ପେକ୍ଟର ଶୁଭଶ୍ରୀ । ତାଙ୍କର ଏଭଳି କିଛି ଭିଡିଓ ଭାଇରାଲ୍ ହେବା ପରେ ତେଲୁଗୁ ସିନେମା ମେଗାଷ୍ଟାର ଚିରଞ୍ଚିବି ମାତୃ ଦିବସରେ ଟ୍ବିଟ୍ କରି ଶୁଭଶ୍ରୀଙ୍କୁ ବେଶ ପ୍ରଶଂସା କରିଛନ୍ତି । ଶୁଭଶ୍ରୀଙ୍କ ମହାନତା ଆଗରେ ସବୁକିଛି ହାର ମାନିଛି ବୋଲି କହିଛନ୍ତି ଚିରଞ୍ଜିବି ।ଶୁଭଶ୍ରୀ ଆଦିବାସୀ ସମ୍ପ୍ରଦାୟର ଝି୍ଅ । ଘର ମାଓ ପ୍ରବଣ ଜିଲ୍ଲା ମାଲକାନଗିରିର ମାଥିଲିରେ । ଗାଁ ସରକାରୀ ବିଦ୍ୟାଳୟରେ ପାଠ ପଢିବା ବେଳଠାରୁ ହିଁ ସମାଜ ସେବା ପ୍ରତି ଆଗ୍ରହ ଦେଖାଇ ଆସିଛନ୍ତି ଶୁଭଶ୍ରୀ । କହିଛନ୍ତି ପୋଲିସ ବିଭାଗରେ ଯୋଗଦେବା ପରେ ଲୋକଙ୍କ ସେବା ପ୍ରତି ତାଙ୍କର ଆଗ୍ରହ ଓ ଦାୟିତ୍ବ ଆହୁରି ବଢିଯାଇଛି ।ତାଙ୍କର ଆଗକୁ ଏହି କର୍ତ୍ତବ୍ୟ ଜାରି ରହିବ । ସେପଟେ ଡ୍ୟୁଟିରେ ଥାଇ ଶୁଭଶ୍ରୀଙ୍କ ସମାଜ ପ୍ରତି ଏଭଳି ଅବଦାନକୁ ନେଇ ତାଙ୍କୁ ସବୁ ମହଲରେ ପ୍ରଶଂସା କରାଯାଇଛି ।