ସମ୍ପତ୍ତି ପାଇଁ ଘରୁ ତଡିଦେଲା ବୋହୂ ! ରାତିସାରା ଓଦା ହୋଇ ଦୋକାନ ପିଣ୍ଢାରେ ବସିଥିଲେ ବୃଦ୍ଧ

ଯାଜପୁର:- ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଛକରେ ଗତ ମଙ୍ଗଳବାର ଦିନ ବାତ୍ୟାର ଆଗମନକୁ ନେଇ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା ରାସ୍ତାଘାଟ । ବର୍ଷା ପବନରେ କେହି ଘରୁ ପଦାକୁ ବାହାରୁନଥିଲେ । କିନ୍ତୁ ଏଭଳି ପରିସ୍ଥିତିରେ ରାତି ସାରା ବର୍ଷାରେ ତିନ୍ତି ରାତି କାଟିଥିଲେ ଜଣେ ୭୯ ବର୍ଷ ବୟସ୍କ ବୃଦ୍ଧ ।ସଂପୃକ୍ତ ବୃଦ୍ଧଙ୍କ ପୁଅ ରାଜ୍ୟ ବାହାରେ ଥିବାବେଳେ ବୋହୂ ପାଖରେ ତିନି ମାସ ଧରି ରହି ଆସୁଥିଲେ । ଗତ ମଙ୍ଗଳବାର ଦିନ ବୋହୂ ଘରୁ ତଡିଦେବା ପରେ ବୃଦ୍ଧ ଜଣଙ୍କ ୫ କିଲୋମିଟର ଚାଲି ଚାଲି ଆସି ଶୂନଶାନ ବଜାରରେ ଥିବା ଏକ ଦୋକାନ ପିଣ୍ଢାରେ ଅଖିଆ ଅପିଆ ପଡିରହିଥିଲେ। ପ୍ରବଳ ପବନରେ ଦେହ ଥରି ଯାଉଥିବାବେଳେ ରାତିସାରା ମଶା ବାଡେଇ ବାଡେଇ ଦୋକାନ ପିଣ୍ଢାରେ ମୁଣ୍ଡ ଗୁଞ୍ଜିଥିବାବେଳେ ଓଦା ଲୁଗାରେ ବୃଦ୍ଧାଙ୍କର ରାତି ପାହିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରେଇ ଥାନା ରଗଡି ଛକରେ ।କେନ୍ଦୁଝର ଜିଲ୍ଲା ପୁଲିଗଡିଆ ଗ୍ରାମରୁ ଗତକାଲି ଛୋଟା ଗୋଡରେ ଦୀର୍ଘ ୫ କିଲୋମିଟର ଚାଲି ଚାଲି ଆସି ରଗଡି ଛକରେ ପହଞ୍ଚିବା ପରେ ପ୍ରବଳ ବର୍ଷାରେ ନିଜ ଘର ତଳଗଡ ପଞ୍ଚାୟତର କଣ୍ଟାଝରୀ ଗ୍ରାମକୁ ଫେରିପାରିନଥିଲେ । ଫଳରେ ବଜାରରେ କେହି ନଥିବାରୁ ଏକ ଦୋକାନ ପିଣ୍ଢାରେ ରାତିସାରା ଆଶ୍ରୟ ନେଇଥିଲେ ।କିଛି ସ୍ଥାନୀୟ ସ୍ବେଚ୍ଛାସେବୀ ବୃଦ୍ଧା ଜଣଙ୍କୁ ପିଣ୍ଢାରେ ବସିରହିଥିବା ଦେଖି ଉଦ୍ଧାର କରିବା ସହ ବୃଦ୍ଧ ଜଣଙ୍କୁ ଖାଇବାକୁ ଦେଇ କୋରେଇ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ । ସମ୍ପତ୍ତି ଲୋଭରେ ବୃଦ୍ଧ ବାପାଙ୍କୁ ପୁଅ ବୋହୂ ଅବହେଳା କରୁଥିବା ପ୍ରତାପ କହିଥିବାବେଳେ ଦୀର୍ଘ ଦିନ ଧରି ତାଙ୍କୁ ନିର୍ଯାତନା ଦେଉଥିବା ଜଣାଇଥିଲେ । ଖବର ପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧ ଜଣଙ୍କୁ ଉଦ୍ଧାର କରି ତଳଗଡରେ ଛାଡିଛନ୍ତି ।

Leave a Reply

Your email address will not be published. Required fields are marked *