ପୁଣି ଧୋଇଗଲା ପୋଚକା ନାଳ ପୋଲ, ଆସିକା-ଦିଗପହଣ୍ଡି ରାସ୍ତାରେ ଗାଡି ଚଳାଚଳ ଠପ୍

ସାନଖେମୁଣ୍ଡି:-ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଘାଟ ଭାଙ୍ଗିବା ସହ ଧୋଇ ହୋଇଯାଇଛି । ସାନଖେମୁଣ୍ଡି ବ୍ଲକ୍ ପାଟପୁର ନିକଟ ପୋଚକା ନାଳ ରାସ୍ତା ମଧ୍ୟ ବର୍ଷା ପାଣି ଏବଂ କେନାଲ ପାଣିରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ।

ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁଁ ପାହାଡ ପାଣି ଆସି ସ୍ଥାନୀୟ ରଘୁନାଥ ସାଗରର ଜଳସ୍ତର ବଢିବା ସହ ଚାଷ ଜମି ଜଳ କେନାଲରେ ମିଶିଛି । ଘୋଡାହାଡ ନଦୀରେ ମିଶି ଥିବା ନାଳ ଧୋଇ ହୋଇଯାଇଛି । ଯାହା ଫଳରେ ଦିଗପହଣ୍ଡି ଆସିକା ସମ୍ପୂର୍ଣ୍ଣ ଯାତାୟାତ ଠପ୍ ହୋଇଯାଇଛି ।
ପୂର୍ବରୁ ଦୁଇଥର ଅସ୍ଥାୟୀ ପୋଲ ବନ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଧୋଇହୋଇଯାଇଛି । ପୁଣି ତିଆରି ଚାଲିଥିବା ସମୟରେ ଅସ୍ଥାୟୀ ପୋଲ ଭାସିଗଲା । ରାସ୍ତାରେ ଗାଡି ଅଟକି ରହିଛି । ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ପୂର୍ବରୁ ଅସ୍ଥାୟୀ ପୋଲଟି ବନ୍ୟାରେ ଭାସି ଯାଇଥିବା ବେଳେ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ପୁଣି ଥରେ ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ।

Leave a Reply

Your email address will not be published. Required fields are marked *