ସୁଇସାଇଡ୍ ନୋଟ୍ ନିଜେ ଲେଖିଛନ୍ତି ଆଦିତ୍ୟ, ହ୍ୟାଣ୍ଡରାଇଟିଂ ବ୍ୟୁରୋ ଦେଲା ରିପୋର୍ଟ
ଭୁବନେଶ୍ବର:- ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାର ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି । ହ୍ୟାଣ୍ଡରାଇଟିଂ ବ୍ୟୁରୋ ପକ୍ଷରୁ ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ ର ରିପୋର୍ଟ ଜିଆରପିକୁ ହସ୍ତାନ୍ତର କରାଯାଇଛି । ଆଦିତ୍ୟ ତାଙ୍କ ଡାଏରୀରେ ନିଜେ ହିଁ ସୁଇସାଇଡ୍ ନୋଟ୍ ଲେଖିଛନ୍ତି ବୋଲି ହ୍ୟାଣ୍ଡରାଇଟିଂ ବ୍ୟୁରୋ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ଡାଏରୀରେ ଓ ସେଥିରେ ଥିବା ସୁଇସାଇଡ୍ ନୋଟ୍ ଆଦିତ୍ୟଙ୍କ ନିଜ ହାତ ଲେଖା ବୋଲି ହ୍ୟାଣ୍ଡରାଇଟିଂ ବ୍ୟୁରୋ ସ୍ପଷ୍ଟ କରିଛ ।
ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ଆଦିତ୍ୟଙ୍କ ଡାଏରୀକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଯାଞ୍ଚ ପାଇଁ ପଠାଇଥିଲା ଜିଆରପି । ତେହେ ଆଦିତ୍ୟର ଡାଏରୀ ଓ ସେଥିରେ ଥିବା ସୁଇସାଇଡ୍ ନୋଟ ଷ୍ଟେଟ୍ ଫୋରେନସିକ୍ ସାଇନ୍ସ ଲ୍ୟାବରେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋର ୭ ଜଣିଆ ଟିମ୍ ଯାଞ୍ଚ କରୁଛି ।
ଅନ୍ୟପଟେ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ସିସିଟିଭି ଫୁଟେଜ୍ ମଧ୍ୟ ହସ୍ତଗତ ହୋଇଛି। ଜିଆରପି ଏହି ଫୁଟେଜକୁ ସାର୍ବଜନୀନ କରି ନଥିବାବେଳେ ଏଥିରେ ଆଦିତ୍ୟ ଏକା ଚାଲି ଚାଲି ଯାଉଥିବା ଦୃଶ୍ୟ କଏଦ ହୋଇଛି । ସିସିଟିଭି ଫୁଟେଜରେ ସଂଧ୍ୟା ୭ଟା ୨୩ ମିନିଟ୍ରେ ଆଦିତ୍ୟ ଏକ ରାସ୍ତାରେ ଏକୁଟିଆ ଚାଲି ଚାଲି ଯାଉଥିବାର ଦେଖିବାକୁ ମିଳିଛି । ତେବେ ଏହି ଭିଜୁଆଲ ଯାହା ଦର୍ଶାଉଛି ଆଦିତ୍ୟ ପୋଖରୀପୁଟ ରେଳ ଷ୍ଟେସନ କଡରେ ଚାଲିଚାଲି ଯାଉଛନ୍ତି । କିନ୍ତୁ ସେହି ସମୟରେ ଯାଇଥିବା ସମସ୍ତ ଟ୍ରେନ ପାଇଲଟମାନଙ୍କୁ ପଚରାଉଚରା କରିସାରିଛି ଜିଆରପି ପୋଲିସ୍ । ନିୟମ ଅନୁଯାଇ କୌଣସି ଟ୍ରେନରେ କେହି ଧକ୍କା ହେଲେ ପରବର୍ତ୍ତି ଷ୍ଟେସନରେ ଲୋକ ପାଇଲଟ୍ ମେମୋ କାଟିବା କଥା । କିନ୍ତୁ ସେଦିନ ସେହି ରୁଟ୍ରେ ଯାଇଥିବା କୌଣସି ଡ୍ରାଇଭର ମେମୋ କାଟି ନାହାନ୍ତି ।