ଆଦିତ୍ୟ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାରେ ଜିଆରପି ଫେଲ, କମିଶନରେଟ ପୋଲିସ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର:-ସମାଜସେବୀ ତଥା ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଉପରୁ ପରଦା ଉଠାଇବାରେ ଜିଆରପି ପୋଲିସ  ଫେଲ ମାରିଛି। ଏହି ଘଟଣାକୁ 16 ଦିନ ବିତି ଯାଇଥିଲେ ମଧ୍ୟ ଜିଆରପି ପୋଲିସର ତଦନ୍ତ ଯେଉଁଠି ଆରମ୍ଭ ହୋଇଥିଲା ସେଇଠି ଅଛି। ଏହି ମାମଲାରେ ଜିଆରପି ପୋଲିସ 30 ଜଣଙ୍କୁ ପଚରାଉଚରା କରିଥିଲେ ମଧ୍ୟ  କିଛି ଫଳ ମିଳିନି। କେବଳ ଜିଆରପି ପୋଲିସ ଦିନ ଗଡାଇ ଚାଲିଛି। ଜିଆରପି ପୋଲିସ ଫେଲ ମାରିଥିବାରୁ ଏହି ମାମଲାରେ କମିଶନରେଟ ପୋଲିସ ତଦନ୍ତ କରିବା ପାଇଁ  ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କମିସନରେଟ ପୋଲିସକୁ ତଦନ୍ତ ଦାୟିତ୍ବ ଦେଇ ମାମଲାର ଖୁଲାସା କରିବା ପାଇଁ ନନା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟରେ କିଏ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ  ଆଉ କେତେକ ଏହାକୁ ହତ୍ୟା ବୋଲି କହିଛନ୍ତି। ପ୍ରଥମେ ପୁରୁଷୋତ୍ତମ ଏକ୍ସପ୍ରେସ ଆଦିତ୍ୟଙ୍କୁ ଧକ୍କା ଦେଇଥିବା ଜିଆରପି ପୋଲିସ କହୁଥିବା ବେଳେ ଟ୍ରେନର ଲୋକ ପାଇଲଟ ମନା କରିବା ପରେ ଘଟଣା ଆହୁରି ଅଧିକ ରହସ୍ୟମୟ ହୋଇଯାଇଛି। ଯଦି ଟ୍ରେନ ଧକ୍କା ଦେଇନି ତେବେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣା ପଡୁଛି। ପୋଲିସ କେବଳ ଷ୍ଟେଟ ହ୍ୟାଣ୍ଡରାଇଟିଂ ବ୍ୟୁରୋର ରିପୋର୍ଟକୁ ଅପେକ୍ଷା କରିଛନ୍ତି। ପୋଲିସ ଜବତ କରିଥିବା ଡାଇରୀକୁ ଆଦିତ୍ୟ ଲେଖିଛନ୍ତି ନା ଆଉ କିଏ ତାହା ସ୍ତେସ୍ପଷ୍ଟ ହେବ। ଏଣୁ ଏବେ ଦେଖିବାକୁ ବାକି ରହିଲା ଜିଆରପି ପୋଲିସ କେବେ ଏହି ମାମଲାର ଖୁଲାସା କରୁଛି।

Leave a Reply

Your email address will not be published. Required fields are marked *