ରାଜଧାନୀ ଲୋକଙ୍କୁ କରୋନା ହୋଇ ଆପେ ଆପେ ଛାଡିଯାଉଛି, ଆରଏମଆରସିର ସେରୋଲଜିକାଲ ସର୍ଭେ : ୧.୪୨% ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି
ଭୁବନେଶ୍ୱର:-ରାଜଧାନୀରେ ତେ ଲୋକଙ୍କୁ କରୋନା ହୋଇ ଆପେ ଆପେ ସୁସ୍ଥ ହୋଇଯାଇଛନ୍ତି , କେତେ ଲୋକଙ୍କ ଦେହରେ ଆଂଟିବଡି ବିକଶିତ ହୋଇଛି ତାହା ଜାଣିବା ପାଇଁ ଆରଏମଆରସି ପକ୍ଷରୁ ସେରୋଲଜିକାଲ ସର୍ଭେ ହୋଇଥିଲା । ଏଥିରେ ୯୫୧ ଜଣ ଲୋକଙ୍କର ନମୂନା ସଂଗ୍ରହ ହୋଇଥିଲା । ସେଥିରୁ ମାତ୍ର ୧୫ ଜଣଙ୍କର ସେରୋ ପଜିଟିଭ୍ ଆସିଛି । ଆର୍ଥାତ୍ ରାଜଧାନୀର ୧.୪୨ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ବିକଶିତ ହୋଇଛି । ଅର୍ଥାତ୍ ସେମାନେ କରୋନା ସଂକ୍ରମିତ ହୋଇମଧ୍ୟ ଆପେ ଆପେ ସୁସ୍ଥ ହୋଇଯାଇଛନ୍ତି । ଆରଏମଆରସି ପକ୍ଷରୁ ହୋଇଥିବା ନମୂନା ପରୀକ୍ଷଣରୁ ଜଣାପଡିଛି ଯେ ଭୁବନେଶ୍ୱରରେ ଯଦି ୧୦ ଲକ୍ଷ ଲୋକ ବାସ କରୁଥାନ୍ତି ତେବେ ପ୍ରାୟ ୧୪ ହଜାର ୨୦୦ ଲୋକ ଏବେ ସୁଦ୍ଧା ଆପେ ଆପେ ସୁସ୍ଥ ହୋଇଛନ୍ତି । ଆରଏମଆରସି ରିପୋର୍ଟ ଅନୁସାରେ ୮ ହଜାରରୁ ୨୫ ହଜାର ଲୋକଙ୍କ ମଧ୍ୟରେ ଆଂଟିବଡି ବିକଶିତ ହୋଇଛି ।ଲୋକସଂଖ୍ୟା ଏବଂ ନମୂନା ସଂଗ୍ରହ ହିସାବକୁ ଦେଖିଲେ ହାରାହାରି ୧.୪୨ ପ୍ରତିଶତ ଲୋକଙ୍କ ଦେହରେ ଏହା ବିକଶିତ ହୋଇଛି ବୋଲି କୁହାଯିବ ବୋଲି କୁହାଯାଇଛି । ଏବେ ଲକ୍ଷଣ ନଥିବା କରୋନା ଆକ୍ରାନ୍ତ ଅଧିକ ଥିବାରୁ ରାଜଧାନୀବାସୀ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ହେବ । ଏବେ ଅନ୍ତରୀଣ ରିପୋର୍ଟ ଆସିଛି । ଆଗକୁ ପୂର୍ଣ୍ଣାଂଗ ରିପୋର୍ଟ ଆସିଲେ ସବୁ କିଛି ଅଧିକ ସ୍ପଷ୍ଟ ହେବ ବୋଲି କହିଛି ଆରଏମଆରସି ।