ଆଶା କର୍ମୀ ଓ ଅଙ୍ଗନଓ୍ୱାଡି ଦିଦିଙ୍କ ଆତ୍ମୀୟଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର:-କରୋନା ଭାଇରସ ମୁକାବିଲାରେ ଅଙ୍ଗନଓ୍ୱାଡି କର୍ମୀ, ଆଶା କର୍ମୀମାନେ ସମ୍ମୁଖ ଯୋଦ୍ଧା ଭାବେ ଦାୟିତ୍ୱ ନିର୍ବାହନ କରୁଛନ୍ତି । ଏହି ମହାମାରୀ ବିରୋଧରେ ଲଢିବା ସହ ସାଧାରଣ ଲୋକଙ୍କୁ ସୁରକ୍ଷା ମଧ୍ୟ ଦେଉଛନ୍ତି । ଏହାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି ।

ଏବେ କରୋନା ଭାଇରସରେ ପ୍ରାଣ ହରାଇଲେ ଆଶା କିମ୍ବା ଅଙ୍ଗନଓ୍ୱାଡି କର୍ମୀଙ୍କ ପରିବାରକୁ ୬୦ ବର୍ଷ ଯାଏଁ ଭତ୍ତା ମିଳିବ । ମୃତ ଅଙ୍ଗନଓ୍ୱାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୭୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ । ସେହିପରି ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା ମିଳିବ । ଏନେଇ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *