ଲକ୍ଡାଉନ୍ରେ ପୋଲିସ୍ କମିଶନରଙ୍କ କଡା ନିର୍ଦ୍ଦେଶ,ଏଥର ଲକଡାଉନ ପୂର୍ବପରି ଟିକେ କଡାକଡି ହେବ
ଭୁବନେଶ୍ଵର:-ରାଜ୍ୟ ସରକାର ବାଧ୍ୟ ହୋଇ ସବୁଠୁ ଅଧିକ କରୋନା ପ୍ରବଣ ୪ଟି ଜିଲ୍ଲା ଖୋର୍ଦ୍ଧ, ଗଞ୍ଜାମ, କଟକ ଓ ଯାଜପୁର ସହିତ ରାଉରକେଲା ମହାନଗରରେ ଶୁକ୍ରବାର ରାତି ୯ଟାରୁ ଜୁଲାଇ ୩୧ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ଡାଉନ୍ ଲାଗୁ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵରରେ ଲକ୍ଡାଉନ୍ କଡାକଡି ହେବ। ଏ ନେଇ ପୋଲିସ କମିଶରନର ସୁଧାଂଶୁ ଷଡଙ୍ଗୀ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି। ନିୟମ ନମାନିଲେ କଡା ଦଣ୍ଡ ମିଳିବ ସେ କହିଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟଧାନୀରେ ସ୍ଥିତି ସ୍ଵାଭାବିକ ହୋଇନି। କରୋନା ନିୟନ୍ତ୍ରଣ ପାଇଁ ରାଜଧାନୀରେ ଲକ୍ଡାଉନ୍ କଡାକଡି ହେବ। ସତର୍କ ରହିବାକୁ ପଡିବ ଏବଂ ନିୟମ ମାନିବାକୁ ପଡିବ। ଏ ନେଇ ସୁଧାଂଶୁ ଷଡଙ୍ଗୀ ଲକ୍ଡାଉନ୍କୁ ନେଇ ନିୟମ ବିଷୟରେ ସୂଚନା ଦେଇଛନ୍ତି। ଲକଡାଉନ ସମୟରେ ସହର ବାହାର ମନା । ଅଯଥାରେ କେହି ସହର ବାହାରକୁ ଯାଇ ପାରିବେନି କି ସହର ଭିତରକୁ ପ୍ରବେଶ କରିପାରିବେନି । କଟକ-ଭୁବନେଶ୍ୱରରେ ଏହି ନିୟମ ଲାଗୁ । ଟ୍ୱିନ ସିଟିର କୌଣସି ଲୋକ ନିଜ ସହର ଛାଡି ଅନ୍ୟ ସହରକୁ ଯାଆସ କରିପାରିବେନି । ଅର୍ଥାତ କଟକ ଲୋକ ଭୁବନେଶ୍ୱର ଯାଇପାରିବେନି କି ଭୁବନେଶ୍ୱର ଲୋକ କଟକ ଯାଇପାରିବେନି । ଅତି ଜରୁରୀ ଥିଲେ ପାସ୍ ନେଇ ଯାଆସ କରିହେବ ବୋଲି ସିପି ସ୍ପଷ୍ଟ କରିଛନ୍ତି ।
ସେପଟେ ଲକଡାଉନ ବେଳେ ପାଖ ଦୋକାନରୁ ଜିନିଷ କିଣାକିଣି କରିବାକୁ ପରାମର୍ଶ ଦେଇଛନ୍ତି ସିପି । ପାଖ ଦୋକାନକୁ ଚାଲିଚାଲି ଯାଇ ସାମଗ୍ରୀ କିଣନ୍ତୁ । ବାଇକରେ ଜମା ବାହାରନ୍ତୁ ନାହିଁ । ବାଇକରେ ଯାଇ ମାର୍କେଟରୁ କିଣାକିଣି କଲେ ବାଇକ୍ ଜବତ ହେବ । ବିନା କାମରେ ବାଇକ୍ ଧରି ବାହାରକୁ ବାହାରିବା ମନା । ନିୟମକୁ ବେଖାତିର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।
ସେପଟେ ଶନି-ରବି ସଟଡାଉନ ଉଠିଲା ଟ୍ୱିନସିଟିରେ ସୋମରୁ ରବି ପୂରା ଲକଡାଉନ୍ । କେବଳ ଅତ୍ୟାବ୍ୟଶକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ସକାଳ ୬ରୁ ଦିନ ୧ଟା ଯାଏଁ ଖୋଲା ଗ୍ରୋସରୀ, ପନିପରିବା ଦୋକାନ । ସଟଡାଉନ୍ ସମୟରେ ଔଷଧ ଦୋକାନ ଖୋଲା ରହିବ । ଜରୁରୀକାଳୀନ ସେବାରେ କିଛି କଟକଣା ନାହିଁ । ବ୍ୟାଙ୍କ ଖୋଲିବ, କିନ୍ତୁ ମାତ୍ର ୨୫% କର୍ମଚାରୀରେ ଚାଲିବ ।
ଆଇକାର୍ଡ ଦେଖାଇଲେ ପୋଲିସ୍ ଛାଡ଼ିବ । ଜରୁରୀ ସେବାରେ ବାହାରକୁ ବାହାରୁଥିଲେ ଆଇକାର୍ଡ ସାଙ୍ଗରେ ଧରି ଆସନ୍ତୁ । ପାସର ଅପବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଗଣମାଧ୍ୟ ପାଇଁ ପାସ୍ ବ୍ୟବସ୍ଥା ନାହିଁ । କିନ୍ତୁ ଯଦି କେହି ଗଣମାଧ୍ୟମ ନାଁରେ ନିୟମ ଭାଙ୍ଗିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ସିପି ।
ରାଜଧାନବାସୀଙ୍କ ପାଇଁ ନିୟମ
୧ – ଦିନ ୧ଟା ପର୍ଯ୍ୟନ୍ତ ରାସ, ପନିପରିବର ଦୋକାନ ଖୋଲା ରହିବ।
୨ – ଘର ପାଖ ଦୋକାନରୁ ପରିବା, ରାସନ କିଣନ୍ତୁ। ଚାଲି ଚାଲି ରାସନ କିଣିବାକୁ ଯାଆନ୍ତୁ।
୩ – ବାଇକ୍ ନେଇ କିଣିବାକୁ ଗଲେ ବାଇକ୍ ଜବତ ହେବ।
୪ – ହାଇଓ୍ଵେ କଡ ଢାବା ପାର୍ସଲ ପାଇଁ ଖୋଲା ରହିବ।
୫ – ଅତ୍ୟାବଶ୍ୟକ ସାମଗ୍ରୀର ଅନଲାଇନ୍ ଡେଲିଭରିକୁ ଅନୁମତି।
୬ – ବାହାଘର, ଶୁଦ୍ଧଘର ପାଇଁ ପୋଲିସ୍ର ଅନୁମତି ଆବଶ୍ୟକ।
୭- ଅମାନିଆଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ।
୮ – ଭୁବନେଶ୍ଵରରୁ କେହି ବାହାରକୁ ଯାଇ ପାରିବେ ନାହିଁ।
୯ – ମିଛ ପ୍ରେସ୍ କାର୍ଡ ଧରି ଆସିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।
୧୦ – ଗଣମାଧ୍ୟମରେ କାମ କରୁଥିଲେ ପ୍ରେସ୍ କାର୍ଡ ଗ୍ରହଣୀୟ।
୧୧- IT ସେକ୍ଟରରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲି ପାରିବ।
୧୨- ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲି ପାରିବ ବ୍ୟାଙ୍କ କାର୍ଯ୍ୟ।
୧୩ – ଅଫିସ୍ ଆସୁଥିବା କର୍ମଚାରୀଙ୍କୁ ଦୋକାନ, ବଜାର ମନା।
୧୪ – ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଅନୁମତି ପତ୍ର ରଖିବେ।
୧୫ – ରହଣି ହୋଟେଲ୍ ଖୋଲା ରହିବ।
୧୬ – ରେଲଓ୍ଵେ ଷ୍ଟେସନ, ଏୟାରପୋର୍ଟ ଖୋଲା ରହିବ।