ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ହତ୍ୟା ଧମକ
ରାଞ୍ଚି:-ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜୀବନରେ ମାରିଦେବାକୁ ଧମକ। ହେମନ୍ତଙ୍କୁ ୨ଟି ମେଲ ଜରିଆରେ ତାଙ୍କୁ ମାରିଦେବାକୁ ଧମକ ମିଳିଛି। ସିଆଇଡି ନିକଟରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଛି। ତେବେ ଏହି ମାମଲାରେ କୌଣସି ଅଧିକାରୀ କିଛି ବି ସୂଚନା ଦେଇନାହାନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ହେମନ୍ତ ସୋରେନଙ୍କ ଇମେଲକୁ ଜୀବନରେ ମାରିଦେବାର ଧମକ ଦିଆଯାଇଛି।
ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଠାଯାଇଥିବା ଇ-ମେଲରେ ଲେଖାଯାଇଛି ସୁଧୁରି ଯାଅ, ନଚେତ ଜୀବନରେ ମାରିଦିଆଯିବ। ମାମଲା କେତେ ଗମ୍ଭୀର ଏହାର ଅନ୍ଦାଜ ଏହି କଥାରୁ ଜାଣିହେବ ଯେ, ଧମକ ପରେ ହିଁ ମୁଖ୍ୟମନ୍ତ୍ରୀ ସୁରକ୍ଷାକର୍ମୀଙ୍କୁ ସାବଧାନ ରହିବାକୁ ନିର୍ଦେଶ ଦେଇଛନ୍ତି। ସେଭଳି ମାମଲାରେ ଆଇପି ଆଡ୍ରେସର ସାହାରାରେ ଅଭିଯୁକ୍ତ ପଯ୍ୟନ୍ତ ପହଁଞ୍ଚିବାର ଚେଷ୍ଟା କରାଯାଉଛି।
ସେଭଳି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଇମେଲରେ ଧମକ ଦିଆଯିବା ନେଇ ଜେଏମ୍ଏମ୍ କଡା ପ୍ରତିକ୍ରିୟା ଦେଇଛି। ଦଳର କେନ୍ଦ୍ରୀୟ ମୁଖପାତ୍ର ମନୋଜ ପାଣ୍ଡେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ସହି ନପରି ଏଭଳି କରାଯାଇଛି। ସେ କହିଛନ୍ତି, ରାଜ୍ୟ ସରକାର ପୁରା ମାମଲାର ଯାଞ୍ଚ କରିବେ।