ପୁଣି ଜଣେ ଅଭିନେତା ଓ ତାଙ୍କ ପତ୍ନୀ କରୋନା ପଜିଟିଭ୍,
ମୁମ୍ବାଇ :- ଦେଶରେ ଅନେକ ସେଲିବ୍ରିଟି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | କନ୍ନଡ଼ ଅଭିନେତା ଧ୍ରୁବ ସର୍ଜା ଓ ତାଙ୍କ ପତ୍ନୀ ପ୍ରେରଣା ଶଙ୍କର ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି | ଉଭୟ ଚିକିତ୍ସା ପାଇଁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ଧ୍ରୁବ ସର୍ଜା ଚିରଞ୍ଜିବୀ ସର୍ଜାଙ୍କ ସାନ ଭାଇ | ଜୁନ ୭ ତାରିଖରେ ୩୯ ବର୍ଷ ବୟସରେ ହୃଦଘାତରେ ଚିରଞ୍ଜିବୀ ସର୍ଜାଙ୍କ ମୃତ୍ୟୁ ହୋଇଥିଲା | ଧ୍ରୁବ ସର୍ଜା ନିଜେ କରୋନା ପଜିଟିଭ୍ ହୋଇଥିବା ଟ୍ୱିଟର ଟ୍ୱିଟ କରି ସୂଚନା ଦେଇଛନ୍ତି |ଅଭିନେତା ଧ୍ରୁବ ସର୍ଜା ଟ୍ୱିଟ କରି କହିଛନ୍ତି ଯେ, ‘ମୁଁ ଓ ମୋ ପତ୍ନୀ ସାମାନ୍ୟ ଲକ୍ଷଣ ସହିତ କରୋନା ପଜିଟିଭ୍ ଚିହ୍ନଟ ହୋଇଛୁ | ଆମେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛୁ | ଆମେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସିବୁ ବୋଲି ମୋର ବିଶ୍ୱାସ | ଆପଣ ମଧ୍ୟ ସୁରକ୍ଷିତ ରୁହନ୍ତୁ |’ ଧ୍ରୁବଙ୍କ ଟ୍ୱିଟ ପରେ ତାଙ୍କ ପ୍ରଶଂସକ ସେ ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି | ଧ୍ରୁବ ୨୦୧୨ ମସିହାରେ ଫିଲ୍ମ ଅଧୁରୀରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ | ଏହି ଫିଲ୍ମ ପାଇଁ ତାଙ୍କୁ ୩ଟି ଅଲଗା ଅଲଗା ପୁରସ୍କାରରେ ସମ୍ମାନିତ କରାଯାଇଥିଲା |