କାବୁ ହେଲା ଉତ୍ପାତିଆ ମାଙ୍କଡ଼

ନବରଙ୍ଗପୁର:- ଖାଦ୍ୟ ଅନ୍ୱେଷଣରେ ଜନବସତିକୁ ଆସିଥିଲା ଏକ ମାଙ୍କଡ଼ । ତେବେ ଖାଦ୍ୟ ପାଇଁ ଆସି ଜନ ଗହଳି ଦେଖି ଉତ୍ୟକ୍ତ ହୋଇଯାଇଥିଲା ମାଙ୍କଡ଼ଟି । ମଣିଷକୁ ଦେଖିଲେ କରିଥିଲା ଆକ୍ରମଣ । ଯାହା ଫଳରେ ଗତକିଛି ଦିନ ଧରି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ମାଙ୍କଡକୁ ଶେଷରେ ଆଜି କାବୁ କରିଛି ବନ ବିଭାଗ ।ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଅଞ୍ଚଳରେ ଗତ କିଛି ଦିନ ଧରି ଏକ ମାଙ୍କଡ଼ ଆତଙ୍କ ସୃଷ୍ଟି କରିଥିଲା । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହି ମାଙ୍କଡ଼ ଆକ୍ରମଣର ଶୀକାର ହୋଇ କ୍ଷତ ବିକ୍ଷତ ହୋଇ ଚିକିତ୍ସିତ ହୋଇଥିଲେ। ସ୍ଥାନୀୟ ଅଞ୍ଚଳରେ ମାଙ୍କଡ଼ର କୌଣସି କ୍ଷତି ନଘଟାଇ ଏବଂ ଅନେକ ଥର ଘୋଡାଇବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଅନେକ ଚେଷ୍ଟା ପରେ ବି ଲୋକମାନେ ମାଙ୍କଡ଼କୁ ଘଉଡେଇଥିଲେ । କିନ୍ତୁ ଲୋକେମାନେ  ଓଲଟି ମାଙ୍କଡ଼ର ଆକ୍ରମଣର ଶିକାର ହୋଇଥିଲେ ।ମାଙ୍କଡ଼ ଘରେ ପଶି ବଡ଼ ଲୋକ ଙ୍କ ସହ ଛୋଟ ଛୁଆ ଆକ୍ରମଣର ଶିକାର ହେବେ ଭାବି ଘରର କବାଟ ବନ୍ଦ କରିଦେଉଥିଲେ ଲୋକେ ।  ଶେଷରେ  ବାଧ୍ୟ ହୋଇ  ଏ ସମ୍ପର୍କରେ ସ୍ଥାନୀୟ ବନ ବିଭାଗକୁ  ଖବର ଦେଇଥିଲେ ଅଞ୍ଚଳ ବାସୀ ।ଖବର ପାଇ  ବନବିଭାଗର  ବନ୍ୟ ଜନ୍ତୁ ଉଦ୍ଧାରକାରି ଦଳର  କର୍ମଚାରୀ ମାନେ ଯନ୍ତା ପକାଇବା  ସହ ମାଙ୍କଡ଼କୁ କାବୁ କରିବା ପାଇଁ ଅପେକ୍ଷା କରିଥିଲେ । ଅନେକ ଛକା ପଞ୍ଝା ପରେ ଶେଷରେ ଧରିପଡ଼ିଛି ମାଙ୍କଡ଼ । ଅପ୍ରାଣ ଚେଷ୍ଟା ପରେ ମାଙ୍କଡ଼କୁ ବନ ବିଭାଗ କାବୁ କରିବା ସହ ଏକ ଅଜଣା ସ୍ଥାନରେ ରଖିଛି ।

Leave a Reply

Your email address will not be published. Required fields are marked *