ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୨ ହଜାର ୬୯୫ ନୂଆ ମାମଲା,
ନୂଆଦିଲ୍ଲୀ:-ଦେଶରେ ଲଗାତାର କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି | ଅପରପକ୍ଷରେ ଦେଶରେ ସୁସ୍ଥହାର ମଧ୍ୟ ସୁଧୁରିଛି | ବର୍ତ୍ତମାନ ଦେଶରେ ସୁସ୍ଥହାର ୬୩.୨୪ ପ୍ରତିଶତ ରହିଛି |
କରୋନା ମାମଲାରେ ଆମେରିକା ଓ ବ୍ରାଜିଲ ପରେ ସବୁଠାରୁ ପ୍ରଭାବିତ ଦେଶ ଭାରତ | ଆମେରିକା ପ୍ରଥମ ସ୍ଥାନରେ, ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାରତ ତୃତୀୟ ସ୍ଥାନରେ ରହିଛି | ଯଦି ପ୍ରତ୍ୟେକ ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମଣ ମାମଲା ଓ ମୃତ୍ୟୁହାର ଉପରେ ବିଚାର କରାଯାଏ ତାହେଲେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ବହୁତ ଭଲ ରହିଛି | ଭାରତରୁ ଅଧିକ ମାମଲା ଆମେରିକା ଓ ବ୍ରାଜିଲର ରହିଛି ଆମେରିକାରେ ଏବେ ସୁଦ୍ଧା ୩୬ ଲକ୍ଷ ୧୫ ହଜାର ୯୯୧ ସଂକ୍ରମଣର ଶିକାର ହୋଇଥିବାବେଳେ ବ୍ରାଜିଲରେ ୧୯ ଲକ୍ଷ ୭୦ ହଜାର ୯୦୯ ଜଣ ସଂକ୍ରମିତ ହୋଇଛନ୍ତି |
ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ ୩୨ ହଜାର ୬୯୫ ନୂଆ ମାମଲା ସାମ୍ନାକୁ ଆସିଛ | ମଙ୍ଗଳବାର ୨୯ ହଜାର ୯୧୭ ରୋଗୀ ଓ ସୋମବାର ଦିନ ୨୮ ହଜାର ୧୭୮ ନୂଆ ମାମଲା ସାମ୍ନାକୁ ଆସିଥିଲା | ଗୋଟିଏ ଦିନରେ ୬୦୬ ଜଣଙ୍କ ମୃତ୍ୟୁ ହୋଇଛି |
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ କରୋନା ମାମଲାରେ ୩ ଲକ୍ଷ ୩୧ ହଜାର ୧୪୬ ଆକ୍ଟିଭ ମାମଲା ରହିଛି | କରୋନା ଯୋଗୁଁ ଏବେ ସୁଦ୍ଧା ୨୪ ହଜାର ୯୧୫ ଜଣଙ୍କ ମୃତ୍ୟୁ ହୋଇଛି | ଅପରପକ୍ଷରେ ୬ ଲକ୍ଷ ୧୨ ହଜାର ୮୨୪ ଜଣ ସୁସ୍ଥ ହୋଇଛନ୍ତି | ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁଯାୟୀ, ଦେଶରେ ଏବେ ସୁଦ୍ଧା ୧ କୋଟି ୨୭ ଲକ୍ଷ ୩୯ ହଜାର ୪୯୦ ଜଣଙ୍କ ନମୁନା ଯାଞ୍ଚ ହୋଇଛି | ଜୁଲାଇ ୧୫ ତାରିଖରେ ଦେଶରେ ୩ ଲକ୍ଷ ୨୬ ହଜାର ୮୨୬ ନମୁନା ପରୀକ୍ଷା ହୋଇଛି |