ଭୁବନେଶ୍ୱରରେ ପୁଣି ୫୧ ଜଣ ପଜିଟିଭ୍ ଚିହ୍ନଟ,

ଭୁବନେଶ୍ୱର:- ରାଜଧାନୀ ଭୁବନେଶ୍ୱରରେ କାୟା ମେଲାଉଛି କରୋନା ଭୂତାଣୁ । ଦିନକୁ ଦିନ ବଢ଼ିଚାଲିଛି କରୋନର କୋପ । ଆଜି ପୁଣି ଭୁବନେଶ୍ୱର ବିଭିନ୍ନ ସ୍ଥାନରୁ ୫୧ ଜଣ ପଜିଟିଭ୍ ଚିହ୍ନଟ । ତେବେ ଏହି ପଜିଟିଭ୍ ସଂଖ୍ୟା ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୧୬ଟି ରହିଛି । ଆକ୍ରାନ୍ତଙ୍କ ବାବଦରେ ଏକ ତଥ୍ୟ ତାଲିକା ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ ।ଅନ୍ୟପଟେ ୫ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୧୬ ଜଣଙ୍କ ମଧ୍ୟରେ ହସ୍ପିଟାଲରୁ ୩୨ ଓ ୨୫ ବର୍ଷୀୟ ଦୁଇ ମହିଳା, ଚନ୍ଦ୍ରଶେଖରପୁରରୁ ୨୭ ବର୍ଷୀୟ ଯୁବକ ଓ ୫୦ ବର୍ଷୀୟ ପୁରୁଷ, ଲକ୍ଷ୍ମୀସାଗରରୁ ଜଣେ ୩୯ ବର୍ଷୀୟ ପୁରୁଷ, କଳିଙ୍ଗ ବିହାରରୁ ୬୫ ବର୍ଷୀୟ ଓ ୨୮ ବର୍ଷୀୟ ଦୁଇ ମହିଳା, ଭରତପୁରରୁ ଜଣେ ୨୧ବର୍ଷୀୟ ଯୁବତୀ, ଖାରବେଳ ନଗରରୁ ଜଣେ ୨୮ ବର୍ଷୀୟ ଯୁବତୀ, ଶାସ୍ତ୍ରୀ ନଗରରୁ ଜଣେ ୫୭ ବର୍ଷୀୟ ବୃଦ୍ଧ, ୟୁନିଟ-୬ରୁ ୨୧ ଓ ୨୦ ବର୍ଷୀୟ ଦୁଇ ଯୁବକ, ଶାସ୍ତ୍ରୀ ନଗରରୁ ଜଣେ ୩୪ ବର୍ଷୀୟ ମହିଳା, ଝାରପଡ଼ାରୁ ୨୭ ବର୍ଷୀୟ ଯୁବକ, ନୟାପଲ୍ଲୀରୁ ୨୮ ବର୍ଷୀୟ ଯୁବତୀ ଓ ଜେଇ ୨୯ବର୍ଷୀୟ ଯୁବକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଅନ୍ୟପଟେ ଭୁବନେଶ୍ୱରରୁ ଆଜି ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ରାଜଧାନୀରେ ମୋଟ୍ ୭୬୯ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୩୬୧ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୩୯୭ଟି ମାମଲା ସକ୍ରିୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ରାଜଧାନୀରୁ ମୋଟ୍ କରୋନା ମୃତ୍ୟୁ ୧୦ରେ ରହିଛି ।

Leave a Reply

Your email address will not be published. Required fields are marked *