ରାଜଧାନୀର ୨ଟି ହୋଟେଲ୍କୁ ସିଲ୍ କଲା ବିଏମ୍ସି
ଭୁବନେଶ୍ବର:-ରାଜଧାନୀର ୨ଟି ହୋଟେଲ ସିଲ୍। କୋଭିଡ୍ ନିୟମ ଉଲଂଘନ ମାମଲାରେ ୨ଟି ହୋଟେଲକୁ ସିଲ କଲା ବିଏମ୍ସି। ବିଡିଏ ମୁଖ୍ୟାଳୟ ପଛ ପାଖରେ ଥିବା ଶୁଭମ୍ ଓ ନୀଳମାଧବ ହୋଟେଲକୁ ବିଏମ୍ସି ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ସିଲ୍ କରାଯାଇଛି। କୋଭିଡ୍ ନିୟମ ନ ମାନି ହୋଟେଲ ଭିତରେ ଲୋକଙ୍କୁ ଖାଇବାକୁ ଦେଉଥିଲେ। ଯାହାକି କୋଭିଡ୍ ନିୟମ ବିରୋଧୀ। ନୀଳମାଧବ ହୋଟେଲ ଠାରୁ ୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି। ଏହାସହ ଶୁଭମ୍ ହୋଟେଲ କିଛି ଅସବାବପତ୍ରକୁ ଏନଫୋର୍ସମେଣ୍ଟ ଟିମ୍ ପକ୍ଷରୁ ସିଜ କରାଯାଇଥିବା କହିଛନ୍ତି ବିଏମ୍ସି ଏନଫୋର୍ସମେଣ୍ଟ ଅଫିସର।