ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା

ନୂଆଦିଲ୍ଲୀ:- ଇରାନ ଭାରତକୁ ବଡ ଝଟକା ଦେଇ ଚାବହାର ରେଳ ପ୍ରୋଜେକ୍ଟରୁ ଭାରତକୁ ବାହାର କରିଦେଇଛି । ଫଣ୍ଡିଂରେ ବିଳମ୍ବ ହେଉଥିବା କାରଣ ଦର୍ଶାଇ ଏମିତି କରିଛି ଇରାନ୍ । ଏବେ ଇରାନ୍ ଘୋଷଣା କରିଛି କି ସେ ଏବେ ଏକା ହିଁ ଏହି ପରିଯୋଜନାକୁ ପୂରା କରିବ । ଭାରତ ପାଇଁ ଇରାନର ଏହି ନିଷ୍ପତ୍ତି ସାମରିକ ଓ ରାଜନୈତିକ ରୂପେ ବଡ ଝଟକା ବୋଲି କୁହାଯାଉଛି । କହିରଖୁଛୁ ଇରାନ୍ ଓ ଚୀନ ମଧ୍ୟରେ ୪୦୦ ବିଲିୟନ୍ ଡଲାରର ଏକ ମହାଡିଲ୍ ହେବାକୁ ଅଛି । କୁହାଯାଉଛି ଏହି ଡିଲ ଯୋଗୁଁ ଇରାନ୍ ଚାବହାର ପରିଯୋଜନାରୁ ଭାରତକୁ ବାହାର କରିଦେଇଛି ।

କଣ ଏହି ଚାବହାର ରେଳ ପରିଯୋଜନା
ଏହି ପରିଯୋଜନା ଅନୁସାରେ ଇରାନର ଚାବହାର ପୋର୍ଟରୁ ନେଇ ଜହେଦାନ୍ ଅଞ୍ଚଳର ପର୍ଯ୍ୟନ୍ତ ରେଳ ପରିଯୋଜନା ନିର୍ମାଣ ହୋଇଥାନ୍ତା । ଏହି ରେଳ ପରିଯୋଜନାକୁ ଆଫଗାନିସ୍ଥାନର ଜରାଞ୍ଜ ସୀମା ପର୍ଯ୍ୟନ୍ତ ବଢାଯିବାର ମଧ୍ୟ ଯୋଜନା ଅଛି । ଦ ହିନ୍ଦୁ ରିପୋର୍ଟ ଅନୁସାରେ ଏହି ପରିଯୋଜନାକୁ ମାର୍ଚ୍ଚ ୨୦୨୨ ସୁଦ୍ଧା ପୂରା କରାଯିବାର ଥିଲା ।

୨୦୧୪ରେ ପିଏମ୍ ମୋଦିଙ୍କ ଇରାନ୍ ଗସ୍ତରେ ଚାବହାର ଚୁକ୍ତିରେ ହସ୍ତାକ୍ଷର ହୋଇଥିଲା । ପୁରା ପରିଯୋଜନାରେ ୧.୬ ଅରବ ଡଲାର ନିବେଶ ହେବାର ଥିଲା । ଖବର ଏହା ଯେ ଆମେରିକୀୟ ପ୍ରତିବନ୍ଧକ ଭୟରେ ଭାରତ ଏହି ରେଳ ପରିଯୋଜନାରେ କାମ ଆରମ୍ଭ କରିନଥିଲା । ଭାରତର ସରକାରୀ କମ୍ପାନୀ ଇରକମ୍ ଏହି ପରିଯୋଜନାକୁ ପୂରା କରିଥାନ୍ତା । ଏହି ପରିଯୋଜନା ଭାରତର ଆଫଗାନିସ୍ଥାନ ଓ ଅନ୍ୟ ମଧ୍ଯ ଏସିଆନ୍ ଦେଶ ପର୍ଯ୍ୟନ୍ତ ଏକ ବିକଳ୍ପ ମାର୍ଗ ପ୍ରଦାନ କରାଇବାର ପ୍ରତିବଦ୍ଧତାକୁ ପୁରା କରିବା ପାଇଁ ପ୍ରସ୍ତୁତ ହେବାର ଥିଲା ଯାହାର ଭବିଷ୍ୟରେ ଭାରତକୁ ବହୁତ ଫାଇଦା ହୋଇଥାନ୍ତା । କିନ୍ତୁ ଏବେ ଇରାନର ଘୋଷଣା ପରେ ଭାରତକୁ ଏହି କ୍ଷତି ସହିବାକୁ ପଡିପାରେ ।

କହିରଖୁଛୁ ଚୀନ୍ ଓ ପାକିସ୍ଥାନ ମିଶି ସିପେକ୍ ପରିଯୋଜନା ଉପରେ କାମ କରୁଛନ୍ତି । ଏହି ପରିଯୋଜନାରେ ଚୀନ୍ ଓ ପାକିସ୍ଥାନକୁ ଭାରତ ଉପରେ ରଣନୈତିକ ଫାଇଦା ମିଳିବା ଆଶା ଥିଲା । ଏହି ଯୋଜନାର ଜବାବରେ ଭାରତ ଇରାନ ସହିତ ଚାବହାର ପରିଯୋଜନାକୁ ଚୁକ୍ତି କରିଥିଲା ଯାହାକୁ ଭାରତର ବଡ ସଫଳତା ରୂପେ ଦେଖାଯାଉଥିଲା  । ଏବେ ଭାରତର ଏହି ଯୋଜନାରୁ ବାହାରି ଯିବା ଫଳରେ ନିଶ୍ଚୟ ଭାବେ ଚୀନ୍ ଓ ପାକିସ୍ତାନକୁ ଏହାର ଫାଇଦା ମିଳିବ । ତେବେ ଏଥିରେ ଚୀନର ବଡ ଭୂମିକା ଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *