ଅଭିନେତ୍ରୀ ସାରା ଅଲୀ ଖାନଙ୍କ ଡ୍ରାଇଭରଙ୍କୁ କରୋନା
ମୁମ୍ବାଇ :- ଫିଲ୍ମ ଅଭିନେତ୍ରୀ ସାରା ଅଲୀ ଖାନ ସୋମବାର ବିଳମ୍ବିତ ରାତିରେ ଇନଷ୍ଟାଗ୍ରାମରେ ଏକ ମ୍ୟାସେଜ କହିଛନ୍ତି ଯେ ତାଙ୍କ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିଛି। ପରେ ଡ୍ରାଇଭରଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।
ସାରା ଅଲୀ ଖାନ ମ୍ୟାସେଜରେ ଲେଖିଛନ୍ତି,‘ ସେ ସମସ୍ତଙ୍କୁ କହିବାକୁ ଚାହୁଁଛନ୍ତି ଯେ ଆମ ଡ୍ରାଇଭରର କରୋନା ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ମିଳିବା ମାତ୍ରେ ବିଏମସିକୁ ସୂଚନା ଦିଆଯାଇଛି ଏବଂ ପରେ ଡ୍ରାଇଭରକୁ କ୍ବାରେଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି। ସାରା ଅଲୀ ଖାନ୍ ଲେଖିଛନ୍ତି,ତାଙ୍କ ପରିବାର ଲୋକ ଏବଂ ଘରର ସମସ୍ତ ଷ୍ଟାଫଙ୍କ ରିପୋର୍ଟ ନେଗେଟିଭ ଆସିଛି। ସେମାନେ ସମସ୍ତେ ସାବଧାନରେ ରହୁଛନ୍ତି। ବିଏମସି ତରଫରୁ ଦିଆଯାଇଥିବା ଗାଇଡଲାଇନ୍ସ ପାଇଁ ଧନ୍ୟବାଦ।
ଫିଲ୍ମ ଅଭିନେତା ଅମିତାଭ ବଚ୍ଚନ,ଅଭିଷେକ ବଚ୍ଚନ ଏବଂ ତାଙ୍କ ପତ୍ନୀ ଐଶ୍ବର୍ଯ୍ୟା ରାୟ ଏବଂ ତାଙ୍କ ଝିଅ ଆରାଧ୍ୟା କରୋନା ସଂକ୍ରମିତ ଥିବା ଜଣା ପଡ଼ିବା ପରେ ପ୍ରଶଂସକ ନିରାଶ ହୋଇ ଯାଇଛନ୍ତି ଏବଂ ସେମାନଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଦେଶର ଅନେକ ଅଞ୍ଚଳରୁ ଏପରି ଖବର ଆସୁଛି ଯେଉଁଠାରେ ତାଙ୍କ ସୁସ୍ଥ ହେବା ପାଇଁ ପୂଜା-ଅର୍ଚ୍ଚନା କରାଯାଉଛି।