ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କଲେ ରାଜ୍ୟ ସରକାର, ଭୁବନେଶ୍ୱର ଡ଼ିସିପି ଉମାଶଙ୍କର,କଟକ ଡ଼ିସିପି ପ୍ରତୀକ,

ଭୁବନେଶ୍ୱର:- କୋଭିଡ ଭଳି ମହାମାରୀ ସମୟରେ ରାଜ୍ୟ ସରକାର ଆଇପିଏସ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ବିଶେଷ କରି କଟକ ଓ ଭୁବନେଶ୍ୱର ଡିସିପି କିଏ ହେବ ତାହାକୁ ନେଇ ଦୀର୍ଘ ଦିନ ହେବ  ଯେଉଁ ଚର୍ଚ୍ଚା ହେଉଥିଲା ତାହାର ଅନ୍ତ ଘଟିଛି। କଟକ ଏବଂ ଭୁବନେଶ୍ୱରକୁ ମିଳିଛି ନୂଆ ଡିସିପି। ପୁରୀ ଏସପି ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡ଼ିସିପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ କନ୍ଧମାଳ ଏସପି ପ୍ରତୀକ ସିଂଙ୍କୁ କଟକ ଡ଼ିସିପି ଭାବେ ନିଯୁକ୍ତ ଦିଆଯାଇଛି। ଡେପୁଟେସନରୁ ଫେରିଥିବା ଏମ .ଅକ୍ଷୟଙ୍କୁ ପୋଲିସ ହାଉସିଂ ବୋର୍ଡର ସିଏମଡ଼ି ଦାଇତ୍ୱ ମିଳୁଛି। ଡ଼ିଆଇଜିକୁ ପଦୋନ୍ନତି ପାଇଥିବା ଭୁବନେଶ୍ୱର ଡିସିପି ଥିବା ଅନୁପ ସାହୁଙ୍କୁ ଗୁଇନ୍ଦା ବିଭାଗ ଡ଼ିଆଇଜି ଭାବେ ନିଯୁକ୍ତ ହୋଇଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ ଥିବା ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଏବଂ ହୋମଗାଡ଼ ଡ଼ିଜି ଦାଇତ୍ୱ ଦିଆଯାଇଛି। ପୋଲିସ ହାଉସିଂ ବୋର୍ଡର ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଏଡିଜିପି କମ୍ୟୁନିକେଶନ,ସ୍ପେଶାଲ ନିର୍ଦ୍ଦେଶକ ଗୁଇନ୍ଦାରେ ଥିବା ଆର .କେ ଶର୍ମାମକୁ ଗୁଇନ୍ଦା ନିର୍ଦ୍ଦେଶକ ଦିଆଯାଇଛି, ଆଇନ ଶୁଙ୍ଖଳା ଦାଇତ୍ୱର୍ବ ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ କ୍ରାଇମ ବ୍ରାଞ୍ଚ ଏଡ଼ିଜି,ଆଇଜିପି ପ୍ରସନେଲରେ ଥିବା ପ୍ରବୀଣ କୁମାରଙ୍କୁ ଆଇନ ଶୁଙ୍ଖଳା ଆଇଜିପି, ଭିଜିଲାନ୍ସ ଏସପି ସାର୍ଥକ ଷଡଙ୍ଗୀଙ୍କୁ ଏସପି ସିଆଇଡିର ଦାଇତ୍ୱ ମିଳିଛି। କଟକ ଡ଼ିସିପି ଥିବା ଅଖିଳେସ୍ୱର ସିଂଙ୍କୁ
ପୁରୀ ଏସପି, ଗଜପତି ଏସପି ଥିବା ସାରା ଶର୍ମାଙ୍କୁ ଭିଜିଲାନ୍ସକୁ ବଦଳି କରାଯାଇଛି। ନୂଆପଡା ଏସପି ଥିବା ଭିନିତି ଅଗ୍ରୱାଲଙ୍କୁ କନ୍ଧମାଳ ଏସପି, ଭୁବନେଶ୍ୱର ଟ୍ରାଫିକ ଡ଼ିସିପି ଥିବା ସାଗରିକା ନାଥଙ୍କୁ ସୁନ୍ଦରଗଡ଼ ଏସପି ଭାବେ ବଦଳି କରାଯାଇଛି। ସୁନ୍ଦରଗଡ଼ ଏସପି ଥିବା ସୌମ୍ୟା ମିଶ୍ରଙ୍କୁ ଭୁବନେଶ୍ୱର ଟ୍ରାଫିକ ଡ଼ିସିପି ଭାବେ ନିଯୁକ୍ତି ମିଳିଛି। ଦେଓଗଡ଼ ଏସପି ଥିବା ରାହୁଲ ଜୈନଙ୍କୁ ନୂଆପଡା ଏସପି ଭାବେ ନିଯୁକ୍ତ କରାଯାଇଛି। ଏଆଜି ମୁଖ୍ୟାଳୟରେ ଥିବା ଏସ.ସି ଜମାଦାରଙ୍କୁ ଦେଓଗଡ଼ ଏସପି ଭାବେ ବଦଳି କରାଯାଇଛି। ଏସପି ସିଆଇଡି ସିବିରେ ଥିବା ତପନ କୁମାର ପଟ୍ଟନାୟକଙ୍କୁ ଏସପି ଗଜପତି ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *