ଥାନାରୁ ଚମ୍ପଟ୍‌ ମାରୁଥିଲା ଦୁଷ୍କର୍ମ ଅଭିଯୁକ୍ତ, ଚଢ଼ିଗଲା ଟ୍ରକ

ରାଗୟଡ଼ା:-ପ୍ରେମ ଓ ପ୍ରତାରଣା ଅଭିଯୋଗରେ ଗିରଫ ଅଭିଯୁକ୍ତ ପୁଲିସ୍‌ ଆଖିରେ ଧୂଳି ଦେଇ ଥାନାରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ହେଲେ ବିଚ୍‌ ରାସ୍ତା ଉପରେ ତା’ ଉପରେ ଟ୍ରକ୍‌ ମାଡ଼ିଗଲା। ଫଳରେ ଘଟଣା ସ୍ଥଳରେ ଅଭିଯୁକ୍ତର ଜୀବନ ଚାଲିଗଲା। ଆଜି ଏମିତି ଘଟଣା ରାୟଗଡ଼ା ଜିଲ୍ଲାରେ ଘଟିଛି।ଟିକିରି ଥାନା ପଣସପଦର ଗାଁର ସନ୍ତୋଷ ସାହୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିଲା। ଆଜି ତାକୁ ରାୟଗଡ଼ା କୋର୍ଟ ଚାଲାଣ ପାଇଁ ଅଣାଯାଇଥିଲା। ସକାଳେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା ପରେ ରାୟଗଡ଼ା ଥାନାକୁ ନିଆଯାଥିଲା। ସେଠାରୁ ତାକୁ କୋର୍ଟ ଚାଲାଣ ସମୟରେ ଥାନାରୁ ସମ୍ପଟ ମାରିଥିଲା। ରାସ୍ତାରେ ଦୌଡ଼ୁଥିବା ବେଳେ ସମ୍ମୁଖରୁ ଆସିଥିବା ଏକ ତା’ ଉପରେ ଚଢ଼ି ଯାଇଥିଲା। ପୁଲିସ ତାକୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତାର ତାକୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *