ସରକାର ଦେଲେ ଅନୁମତି: ଖୋଲିପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର

ଭୁବନେଶ୍ୱ;-ରାଜ୍ୟରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାପରେ ରାଜ୍ୟ ସରକାର ଏବେ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନକୁ ନିଜସ୍ୱ କୋଭିଡ୍ କେୟାର ହୋମ୍ ଓ କୋଭିଡ୍ କେୟାର ସେଣ୍ଟର ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ସେମାନେ ସ୍ଥାନୀୟ ଜିଲ୍ଲାପାଳ ଓ ପୌର ପ୍ରଶାସକଙ୍କ ଅନୁମତି ନେଇ ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ୍ ଆଧାରରେ କୋଭିଡ୍ କେୟାର ଖୋଲି ନିଜସ୍ୱ କର୍ମଚାରୀ ଓ ନିଜ ଲୋକମାନଙ୍କର ଚିକିତ୍ସା କରାଇପାରିବେ । ଆଜି ଏନେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କୋଭିଡ୍‌-୧୯ ପରିଚାଳନାକୁ ଅଧିକ ବ୍ୟାପକ କରିବା ଓ ଚିକିତ୍ସା ବ୍ୟବସ୍ଥାର ସର୍ବାଧିକ ବ୍ୟବହାର କରିବା ନିମନ୍ତେ ରାଜ୍ୟ ସରକାର ଆଜି କୋଭିଡ୍‌ କେୟାର ହୋମ୍‌, କୋଭିଡ୍‌ କେୟାର ସେଣ୍ଟର ଏବଂ ହୋମ୍‌ ଆଇସୋଲେସନ୍‌ ବିଷୟରେ କେତେକ ନୂତନ ବ୍ୟବସ୍ଥା କରିଛନ୍ତି । ଲକ୍ଷଣବିହୀନ କୋଭିଡ୍‌ ପଜିଟିଭ୍‌ ଲୋକମାନଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତାକୁ ଦୃଷ୍ଟିରେ ରଖି ହୋମ୍‌ ଆଇସୋଲେସନ୍‌ ଏବଂ ହୋମ୍‌ କେୟାର ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ସହରାଞ୍ଚଳ, ଜିଲ୍ଲା ସଦର ମହକୁମା, ବ୍ଲକ୍‌ ସଦର ମହକୁମା ଆଦିରେ ପଜିଟିଭ୍‌, ଲକ୍ଷଣବିହୀନ ଏବଂ ସାମାନ୍ୟ ଲକ୍ଷଣଯୁକ୍ତ ବ୍ୟକ୍ତିମାନେ ଏହି ହୋମ୍‌ ଆଇସୋଲେସନ୍‌ ସୁବିଧା ନେଇପାରିବେ। ଏଥିପାଇଁ ସ୍ୱାସ୍ଥ୍ୟ ଓ ବିଭାଗର ନିର୍ଦ୍ଦେଶାବଳୀ ଅନୁପାଳନ କରିବାକୁ ହେବ । କୌଣସି ସେ୍ୱଚ୍ଛାସେବୀ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ନିଗମ ଉପରୋକ୍ତ ସଂସ୍ଥାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌ କେୟାର ହୋମ୍‌ ଏବଂ କୋଭିଡ୍‌ କେୟାର ସେଣ୍ଟରକୁ ଅନୁମତି ମିଳିବ।ମୁଖ୍ୟତଃ କୌଣସି ସଂସ୍ଥା ଓ ଅନୁଷ୍ଠାନମାନେ ଚାହିଁଲେ ନିଜ ନିଜ କର୍ମଚାରୀମାନଙ୍କ ପାଇଁ କୋଭିଡ୍‌ କେୟାର ହୋମ୍‌ ଏବଂ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା କରିପାରିବେ। ପୌର ପରିଷଦ, ଭୁବନେଶ୍ୱର ଓ ଝାରସୁଗୁଡ଼ା ଏୟାରପୋର୍ଟ, ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦର, ପୂର୍ବତଟ ରେଳବାଇର ବିଭିନ୍ନ କେନ୍ଦ୍ର, ରାଜ୍ୟରେ କାର୍ଯ୍ୟରତ କେନ୍ଦ୍ର ଓ ରାଜ୍ୟ ପରିଚାଳିତ ସାଧାରଣ ଉଦ୍ୟୋଗ, କେନ୍ଦ୍ରୀୟ ଆର୍ମଡ୍‌ ଫୋର୍ସ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ, ଓଡ଼ିଶା ପୋଲିସ, ଓଡ଼ିଶା ଅଗ୍ନିଶମ ସଂସ୍ଥା, କାରାଗାର ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ, ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଆଦି ଧାର୍ମିକ ସଂସ୍ଥା , ଆବାସିକ ୱେଲଫେୟାର ସଂସ୍ଥା, କୌଣସି ସେ୍ୱଚ୍ଛାସେବୀ ଅନୁଷ୍ଠାନ, ଉଭୟ ସରକାରୀ ଓ ବେସରକାରୀ ନିଗମ
ଉପରୋକ୍ତ ସଂସ୍ଥାମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା କୋଭିଡ୍‌ କେୟାର ହୋମ୍‌ ଏବଂ କୋଭିଡ୍‌
କେୟାର ସେଣ୍ଟରକୁ ଅନୁମତି ମିଳିବ।

Leave a Reply

Your email address will not be published. Required fields are marked *