ତେଲେଙ୍ଗାନା ରାଜଭବନରେ ୪୮ କର୍ମଚାରୀ କରୋନା ପଜେଟିଭ୍‌

ହାଇଦ୍ରାବାଦ – ତେଲେଙ୍ଗାନା ରାଜଭବନ ପରିସରରେ ୪୮ କର୍ମଚାରୀ କରୋନା ପଜେଟିଭ୍‌ ଥିବା ସୂଚନା ମିଳିଛି । ରବିବାରେ ଏହି ସମସ୍ତ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । ହେଲେ ରାଜ୍ୟପାଳ ତାମିଲ ସାଇ ସୌନ୍ଦର୍ଯ୍ୟରାଜନ୍‌ଙ୍କ କରୋନା ଟେଷ୍ଟ ନେଗେଟିଭ୍‌ ଆସିଛି । ସେ ଏ ବିଷୟରେ ଟ୍ୱିଟ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା ।

ରାଜଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ୨୮ ଜଣ ପୁଲିସକର୍ମୀଙ୍କ ସହ ୧୦ ଜଣ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ କରୋନା ପଜେଟିଭ୍‌ ଥିବା ଜଣା ପଡିଛି। ଏହା ସହ ସେମାନଙ୍କର ୧୦ ଜଣ ପରିବାର ସଦସ୍ୟ ବି କରୋନା ପଜେଟିଭ୍‌ ଥିବା ସୂଚନା ମିଳିଛି । ଏହି ସୂଚନା ମିଳିବା ପରେ ରାଜ ଭବନରେ କାର୍ଯ୍ୟରତ ସମସ୍ତ ୧୫୦ ଜଣ କର୍ମଚାରୀଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା । ପୁଲିସ କର୍ମୀମାନଙ୍କୁ ସେମାନଙ୍କର ବାଟାଲିୟନ୍‌ରେ ରଖି ଚିକିତ୍ସା କରାଯାଉଥିବା ବେଳେ ଅନ୍ୟ କର୍ମଚାରୀମାନଙ୍କୁ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *