କରୋନା ଯୋଦ୍ଧାଙ୍କ ପାଇଁ ଆସିଲାନି ଆମ୍ବୁଲାନ୍ସ, ମୃତ୍ୟୁ ପରେ କାନ୍ଧ ଦେବାକୁ ଆସିଲେନି ଲୋକେ
ଭୁବନେଶ୍ୱର :- ଶୁଣିବାକୁ ମିଳୁଛି ରୋଗକୁ ଘୃଣା କର କିନ୍ତୁ ରୋଗୀକୁ ନୁହେଁ । କିନ୍ତୁ ସମସ୍ତେ କଣ ପ୍ରକୃତରେ ଏହା ମାନୁଛନ୍ତି । କରୋନା ଏବଂ କରୋନା ସଂକ୍ରମିତଙ୍କ ପ୍ରତି ଲୋକଙ୍କ ମନରେ କେଉଁଭଳି ଅହେତୁକ ଭୟ ଓ ଘୃଣା ରହିଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ତାହା ପୁଣି ଜଣେ କରୋନା ଯୋଦ୍ଧାଙ୍କ ପ୍ରତି । ସାନଖେମୁଣ୍ଡି ବ୍ଲକରେ କରୋନା ମୁକାବିଲାରେ ଦାୟିତ୍ୱରେ ରହି ନିଜର କର୍ତ୍ତବ୍ୟ କରୁଥିବାବେଳେ ମହାମାରୀର ଶିକାର ହେଲେ ଜଣେ ଅଙ୍ଗନୱାଡି ସୁପରଭାଇଜର ।
ଗୃହ ସଂଗରୋଧରେ ଥାଇ କୋଭିଡ ଆମ୍ବୁଲାନ୍ସ ମଗାଇଲେ । ସମସ୍ତ ଗୁହାରୀ ସତ୍ଵେ ତାଙ୍କୁ ଆମ୍ବୁଲାନ୍ସ ମିଳିଲାନି । ନିରାଶ ହୋଇ ଶେଷରେ ହସ୍ପିଟାଲକୁ ଏକ ଅଟୋରେ ଗଲାବେଳେ ବାଟରେ ତାଙ୍କର ମୃତ୍ୟୁ ହେଲା । ତଥାପି ସରି ନଥିଲା । ଘରକୁ ତାଙ୍କ ମୃତ ଶରୀର ଆସିବା ପରେ କରୋନା ଭୟରେ ସାହି ପଡିଶା କେହି ହେଲେ କାନ୍ଧ ଦେବାକୁ ଆସିଲେନାହିଁ । ତାଙ୍କ ସ୍ଵାମୀ ଓ ଝିଅ ବାଧ୍ୟ ହୋଇ ତାଙ୍କର ମୃତଦେହକୁ ମଶାଣିକୁ ଏକା ଏକା ନେଇଗଲେ । କରୋନା ସଂକ୍ରମିତଙ୍କ ପ୍ରତି ଏଭଳି ଅମାନବୀୟ ପ୍ରଦର୍ଶନ ପଛରେ ରହିଛି କରୋନା ନେଇ ଲୋକଙ୍କ ମନରେ ରହିଥିବା ଅହେତୁକ ଭୟ ଓ ଘୄଣା । ଏଠାରେ ପ୍ରଶ୍ନ ଉଠେ ଯେ ଆମ ରାଜ୍ୟରେ ଯଦି ଖୋଦ କରୋନା ମୁକାବିଲା ପାଇଁ ନିଜକୁ ଉତ୍ସର୍ଗୀତ କରିଥିବା ଯୋଦ୍ଧାଙ୍କ କ୍ଷେତ୍ରରେ ଏଭଳି ବ୍ୟବହାର ମିଳୁଛି, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ