:ଜେଲରୁ ବାହାରିଲେ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ,ସେ ଝିଅର ବୟଫ୍ରେଣ୍ଡ ମୋତେ ଫସାଇଦେଲା

ଭୁବନେଶ୍ୱର:-ଜେଲରୁ ବାହାରିଲେ ଆୟୁଷ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକ ବିଭୁ ଷଡ଼ଙ୍ଗୀ । ତାଙ୍କୁ ଫସାଯାଇଥିବା ସେ ଅଭିଯୋଗ କରିଛନ୍ତି।  ଅଭିଯୋଗକାରିଣୀ ଜାଲ ସାର୍ଟିଫିକେଟରେ ଚାକିରି କରିଥିଲେ।  ତାଙ୍କୁ ଚାକିରି ଦେଇଥିବା ସଂସ୍ଥା ହେବା ଏବେ କଳାତାଲିକା ଭୁକ୍ତ ହୋଇସାରିଛି । ନିଜ ଚାକିରି ବଞ୍ଚାଇବା ପାଇଁ ମହିଳା ଜଣଙ୍କ ମିଛରେ ଫସାଇଥିବା ସେ କହିଛନ୍ତି ।

ବିଭୁ କହିଛନ୍ତି ଯେ, ମୋତେ ଫସାଇବାରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସୁଶାନ୍ତ। ସୁଶାନ୍ତ ହେଉଛନ୍ତି ସମ୍ପୃକ୍ତ ଯୁବତୀଙ୍କ ବୟଫ୍ରେଣ୍ଡ। ସୁଶାନ୍ତ ସେ ଝିଅକୁ ମତେଇ ମୋ ବିରୋଧରେ ଷଡ଼ଜନ୍ତ୍ର  ରଚିଛନ୍ତି ବୋଲି ସୁଶାନ୍ତ ଅଭିଯୋଗ କରିଛନ୍ତି।  ତେବେ ତାଙ୍କ ନାମରେ ଆସିଥିବା ଅସଦାଚରଣ ଅଭିଯୋଗ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ବୋଲି ସେ କହିଛନ୍ତି ।ଅଧସ୍ଥନ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ବ୍ୟବହାର ଅଭିଯୋଗରେ ବିଭୁଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଝାରପଡ଼ା ଜେଲ ପଠାଯାଇ ଥିଲା । ଆଜି ତାଙ୍କୁ ଜାମିନ ମିଳିଛି।

Leave a Reply

Your email address will not be published. Required fields are marked *