ଭୁବନେଶ୍ବରରେ ସେରୋଲଜିକାଲ୍ ସର୍ଭେ ଆରମ୍ଭ

ଭୁବନେଶ୍ୱର:-ଭୁବନେଶ୍ୱରରୁ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଖାସ୍‌ କରି ସ୍ଥାନୀୟ ସଂକ୍ରମଣ । ଯାହାକି ଚିନ୍ତା ବଢାଇଦେଇଛି । ତେବେ ସ୍ଥାନୀୟ ସଂକ୍ରମଣ କିପରି ଅଧିକ ନବ୍ୟାପିବ ଓ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ପଦକ୍ଷେପ ନିଆଯାଇଛି । ଏହିପ୍ରରିପେକ୍ଷୀରେ ଭୁବନେଶ୍ୱରରେ  ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ବିଏମସି ସହଯୋଗରେ RMRC ଏହି ସର୍ଭେ କରୁଛି । ଦୁଇ ଦିନ ଧରି ଚାଲିବ ଏହି ସର୍ଭେ ।

ତେବେ କ୍ଲଷ୍ଟର ଅନୁଯାୟୀ ୫ଟି କ୍ଲଷ୍ଟରରେ ସର୍ଭେ କରାଯାଉଛି। ୨ଟି ପର୍ଯ୍ୟାୟରେ ସେରୋ ସର୍ଭେଲାନ୍ସ କରାଯିବ । ପ୍ରଥମ ପର୍ଯ୍ୟାୟ ପାଇଁ ୫ଟି ଟିମ୍‌ ଗଠିତ ହୋଇଛନ୍ତି । ପ୍ରତି ଟିମ୍‌ରେ ୭ରୁ ୧୦ଜଣ ସଦସ୍ୟ ରହିବେ । ଟିମ୍‌ର ପରିଚାଳନା ଦାୟିତ୍ୱ  RMRC ଅଧିକାରୀଙ୍କ ନିକଟରେ ରହିବ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫୦୦ ନମୁନା ସଂଗ୍ରହ କରିବାକ ଲକ୍ଷ୍ୟ ରଖାଯାଇଛି । ଭୁବନେଶ୍ୱରର ବସ୍ତି ଓ ହଟ୍‌ସ୍ପଟ ଅଞ୍ଚଳରୁ ୧୬୦୦ ନମୁନା ସଂଗ୍ରହ କରାଯିବ । କମ୍ୟୁନିଟି ସଦସ୍ୟଙ୍କ ୯୦୦ ନମୁନା ସଂଗ୍ରହ ହେବ । ବିଭିନ୍ନ ୱାର୍ଡରେ ନମୁନା ସଂଗ୍ରହ କରାଯିବ । ଅଧିକ ସଂକ୍ରମିତ ଆଶଙ୍କା ଥିବା ବ୍ୟକ୍ତିଙ୍କ ଠାରୁ ସଂଗ୍ରହ କରାଯିବ ।  ଆଜି ୧୫ଟି ୱାର୍ଡରେ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଆଣ୍ଟିଜେନ ଟେଷ୍ଟ ଲାଗି ୨୫ ହଜାର କିଟ୍ ରାଜ୍ୟର ବିଭିନ୍ନ ଡାକ୍ତରଖାନା କୁ ପଠାଯାଇଛି । ଆହୁରି ୧ଲକ୍ଷ କିଟ ମଗା ଯାଇଥିବା RMRC ନିର୍ଦ୍ଦେଶକ ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *