ରାଜଧାନୀରୁ ଆଉ ୩୮ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର:- ରାଜଧାନୀରେ ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଭୁବନେଶ୍ବରୁ ୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଭୁବନେଶ୍ବରରେ କରୋନା ସଂକ୍ରମିତ ସଂଖ୍ୟା ୬୪୦ ଛୁଇଁଥିବା ବେଳେ ୩୧୪ ଜଣ ସୁସ୍ଥ ହୋଇଛନ୍ତି। ୮ ଜଣ ମୃତ୍ୟୁ ଘଟିଛି। ବର୍ତ୍ତମାନ ୩୧୭ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲଛି। ଏ ନେଇ ବିଏମସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।
ଆଜି ଭୁବନେଶ୍ବର ମହାନଗର ଅଞ୍ଚଳରୁ ୩୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସ୍ଥାନୀୟ ଅଞ୍ଚଳ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟାଇନ୍ ସେଣ୍ଟରୁ ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ୧୨ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ଚି କୋଳଥିଆର ଜଣେ ୫୮ ବର୍ଷର ବ୍ୟକ୍ତି, ପୋଖରୀପୁଟର କାର୍ଗିଲ ବସ୍ତି ୪୦ ବର୍ଷର ବ୍ୟକ୍ତି, ଭିମଟାଙ୍ଗୀର ୫୭ ବର୍ଷର ବ୍ୟକ୍ତି, ଚନ୍ଦ୍ରଶେଖରପୁର ଅଞ୍ଚଳର ୨୮ ଓ ୨୭ ବର୍ଷର ଯୁବକ, ଗଙ୍ଗନଗରର ୪୩ ଓ ୧୩ ବର୍ଷର ମହିଳା ଓ ନିଳାଦ୍ରୀ ବିହାରର ୨୩ ବର୍ଷର ଯୁବକ, ସେହିପରି ନୟାପଲ୍ଲୀ ଏନ-୫ର ଜଣେ ୫୫ ବର୍ଷୀୟା ବ୍ୟକ୍ତି ।ଆଜି ଭୁବନେଶ୍ବରରୁ ୬ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ୟୁନିଟ୍-୧ ଅଞ୍ଚଳରୁ ୨୫ ବର୍ଷିୟ ଯୁବକ, ନୂଆପଲ୍ଲୀ ଅଞ୍ଚଳରୁ ୨୬ ବର୍ଷିୟ ଯୁବକ, ମଞ୍ଚେଶ୍ବର ଅଞ୍ଚଳରୁ ୨୦, ୪୪, ୪୩ ବର୍ଷିୟ ବ୍ୟକ୍ତି, ଓ ବରମୁଣ୍ଡା ଅଞ୍ଚଳରୁ ୨୧ ବର୍ଷିୟ ଯୁବକ ସୁସ୍ଥ ହୋଇଛନ୍ତି।