୧୩ ସଂକ୍ରମିତ ଜିଲ୍ଲାରୁ ଲୋକ ଆସିବା ଉପରେ ରୋକ
ମାଲକାନଗିରି:-ରାଜ୍ୟରେ ବଢି ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସେଥିରୁ ବାଦ ପଡ଼ିନାହିଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା । ସେଥି ନିମନ୍ତେ ସବୁ ଜିଲ୍ଲାରେ କରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାକୁ ଅଧିକ ମାତ୍ରାରେ କରୋନା ସଂକ୍ରମିତ ହୋଇଥିବା ୧୩ ଜିଲ୍ଲାର ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି।ଯଦି ଏହି ୧୩ ଜିଲ୍ଲାରୁ କେହି ଆସନ୍ତି ତେବେ ସେମାନଙ୍କୁ ପ୍ରଥମେ ୧୪ ଦିନିଆ କ୍ବାରେଣ୍ଟାଇନ୍ରେ ରହିବାକୁ ପଡିବ । ଅଧିକ କରୋନା ସଂକ୍ରମଣ ହୋଇଥିବା ୧୩ ଜିଲ୍ଲା ଗୁଡିକ ମଧ୍ୟରେ ଖୋର୍ଦ୍ଧା, ଯାଜପୁର, କଟକ, ଗଞ୍ଜାମ, ଭଦ୍ରକ, ପୁରୀ, ଢେଙ୍କାନାଳ,ବାଲେଶ୍ବର, ନୟାଗଡ଼, କେନ୍ଦ୍ରାପଡ଼ା, ଗଜପତି, ଜଗତସିଂହପୁର, ସୁନ୍ଦରଗଡ଼ ରହିଛି। ଏନେଇ ମାଲକାନଗିରି ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।